STORYMIRROR

Minakshi Samal

Classics

3  

Minakshi Samal

Classics

ସ୍ମୃତିଚାରଣ

ସ୍ମୃତିଚାରଣ

1 min
238

ସ୍ମୃତିର ଶାମୁକା ସବୁ ବିସ୍ମୃତିର

ଅତଳଗର୍ଭରେ ଲୀନ ହେବା ଆଗରୁ

ମନର ସଂଗ୍ରହାଳୟରେ ପଞ୍ଜିକୃତ

କରିଦେବି ପାଶୋରିବା ପୂର୍ବରୁ।


ରାଶି ରାଶି ପୁଞ୍ଜିଭୂତ ହସ ଲୁହର

ଖଟାମିଠା ଅନୁଭୂତି

ଶାମୁକାର ଗର୍ଭରେ ସାଇତା ଅଛି

ସତେଅବା ସାଗର ବୁକୁରେ ମୋତି।


ସ୍ନେହ ବିଧୌତ ଓ ପ୍ରେମରେ ପଖଳା

ସେଇ ସବୁ ଅଭୂଲା କାହାଣୀ

ସ୍ମୃତିପଟରେ ଉଙ୍କି ମାରନ୍ତି ଚିତ୍ରପଟ ସବୁ

ଯା ଭିତରେ ଆମେ ଅଛୁ ହୋଇ ରାଜାରାଣୀ।


ଭାବ ଭାଷା ମନ ପ୍ରୀତି ଦିଆନିଆ ପରେ

ସଂପର୍କ ର ବୀଜ ହୋଇଲା ବପନ

ଭିତ୍ତିଭୂମି ଦୃଢହେବା ରାସ୍ତାରେ

ଥିଲା କେତେ ଉତ୍ଥାନ ପତନ।


ରାଗ ରୁଷା ମାନ ଅଭିମାନ ଭରା

ପିଛିଳ ପଥ ଜୀବନର

ପ୍ରେମର କାଉଁରୀ ପରଶରେ ବାଷ୍ପିଭୂତ ହେଉଥିଲା

ଅବୁଝାମଣା ସତ୍ତ୍ଵର।


ମୁହୁର୍ମୁହୁ ସନ୍ଦେହ ର କୁହେଳିକା ସବୁ

କରିଥିଲେ ପ୍ରବଳ ପ୍ରୟାସ

ଭାଙ୍ଗି ବାକୁ ପ୍ରେମର ସୌଧ

ଥିଲା ତାଙ୍କ ଚେଷ୍ଟା ଅହର୍ନିଶ।


ବିଫଳତା ଲଭି ଶେଷେ ସାଜି ପଳାତକ

ଧୂମାୟିତ କୁଣ୍ଡଳୀ ମାନ

ନେବାକୁ ଶରଣ କେଉଁ ଅଭେଦ୍ୟ ଗୁମ୍ଫାରେ

ସତ୍ତ୍ବରେ ଯେ ହେଲେ ଧାବମାନ।


ଶୁଦ୍ଧ ସୁବର୍ଣ୍ଣ ସମ ଜ୍ୟୋତିର୍ମୟ ସେ ସମ୍ପର୍କ

ଭୂମାତିତ ଅଟେ ଯେ ଭାବନା ବିଜଡିତ

ଗଭୀରତା ତା'ର କଳି ଯେ ହୁଏନା

ଅବଶେଷେ ହୋଇଲା ପ୍ରତୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics