Ansuman Swain

Drama


3  

Ansuman Swain

Drama


ସ୍ମୃତି

ସ୍ମୃତି

1 min 154 1 min 154

    

ତାଙ୍କ ପାଇଁ ଆଜି            ଯାହାବି ଲେଖିବା

              ସରିବନି ତାଙ୍କ ବାଣୀ  

ଅଢେଇ କୋଟିର         ସହାୟତା ଦେଇ

          ଓଡିଆ ଙ୍କୁ କଲେ ରୁଣୀ ।

ଓଡିଶା ମାଟିର                 ସୁପୁତ୍ର ସନ୍ତାନ

               ନାମ ତାଙ୍କର ସୁବ୍ରତ

ସଦା ସର୍ବଦା ସେ            ଆନନ୍ଦରେ ରହି

               ଦିଅନ୍ତି ସୁନ୍ଦର ମତ ।

କେଡେ ମଧୁରତା              ତାଙ୍କ ସମ୍ବୋଧନ 

          ଶୁଣିଲେ ଲାଗଇ ଶାନ୍ତି

ସାଢ଼େ ଚାରି କୋଟି       ଜନତାଙ୍କ ପ୍ରିୟ 

        ସେ ତ ମହାନ ବ୍ୟକ୍ତି ।

ତାଙ୍କ ଭଳି ବେକ୍ତିତ୍ୱ          ପାଇଁ ଓଡିଶା 

        ବାସୁଛି ସୁବାସ ବାସ

ତାଙ୍କ ସରଳତା       ତାଙ୍କ ମହାନତା 

       ଦେଇଛି କେତେ ସାହସ ।

ଛୋଟ ,ଠାରୁ ବଡ଼          ସଭିଏଁ ଜାଣନ୍ତି

         ସେ ପରା ଅଭୁଲା ସ୍ମୁତି

ଯିବ ଥିଲା ଯାଏ           ଭୁଲି ହେବନାହିଁ 

          ତାଙ୍କ କ୍ଷେତ ନାମା କୀର୍ତି ।

ଜୟ ଜଗନ୍ନାଥ          ମଙ୍ଗଳ କରନ୍ତୁ 

      ହସୁ ଥାଉ ତାଙ୍କ ମନ 

ଯେତେ ଦିନ ଥିବେ ଆମ ଗହଣରେ 

      ଶାନ୍ତିରେ ବିତୁ ହେ ଦିନ ।



Rate this content
Log in

More oriya poem from Ansuman Swain

Similar oriya poem from Drama