ସ୍ମୃତି
ସ୍ମୃତି
ଆଦ୍ୟ ଆଷାଢ଼ର ପହିଲି ସ୍ପର୍ଶର
ସ୍ମୃତି ତୁମେ ଫେରି ଆସ
କେବେ ତୁମେ ପୁଣି ଗୋଲାପି ଓଠରେ
ମୁରୁକି ମୁରୁକି ହସ।
ଦୁଃଖର ଯୁଇରେ ଜଳି ଜଳି ଯାଏ
ପାଉଁଶ ତଳର ନିଆଁ
କେବେ ପୁଣି ଆସି ଉଡ଼ାଇ ନେଇଛି
ଅଦିନ ଝଡ଼ର ବାଆ।
ମନ୍ଦାକିନୀ ଢାଳି ମମତା କୁ ବୋଳି
ରହିଥାଏ କେବେ ଜଡ଼ି
ପର ଲାଗିଗଲେ ଦୂର ଦିଗନ୍ତ ରେ
ଡେ ଣା ଝାଡି ଯାଏ ଉଡି।
ମଧୁର ମଳୟ ପ୍ରୀତିପ୍ରେମ ମୟ
ସବୁଜ ସୁନ୍ଦର ବେଶ୍
ବୈଶାଖ ଝାଞ୍ଜି ର ତାତିଲା ଡ ହରେ
ଲୁଚାଇ ଦିଏ ତ ହସ।
ମିଳନ ମଧୁର ସହାନାଇ ସ୍ୱର
ହୃଦୟେ ଆନନ୍ଦେ ଭରେ
ବିରହ ବେଦନା ନାଶକ ଯୋଛନା
ଜୀବନେ ଅନ୍ଧାର ପୁରେ।
ଫଗୁ ଢାଳି ଦିଏ ସାରା ଶରୀରରେ
ସାଙ୍ଗ ସାଥି ହୋଲି ଖେଳ
ଦିନ ସରି ଯାଏ ଆଖି ବୁଜି ଦିଏ
ବିଦାୟ ର ଶେଷ ବେଳ।
ସ୍ମୃତି ସତେ କେତେ ଲମ୍ବା ଗପ ପେଡ଼ି
ଲେଖିଲେ ସରିବ ନାହିଁ
ଯିବି ଛାଡ଼ି ଯେବେ ଏଇ ଦୁନିଆଁ କୁ
ସେ କଥା ଭୁଲିବା ନାହିଁ।