STORYMIRROR

rasmi maye pati

Inspirational

3.8  

rasmi maye pati

Inspirational

ସ୍ମୃତି

ସ୍ମୃତି

1 min
240



ଚାନ୍ଦିନୀ ରାତିରେ ଚୋରା ପୀରତିରେ

   ବାଣ୍ଟି ବାଣ୍ଟି ଗଲି ସ୍ମୃତି

କିଛି ନେଇଗଲା ନୀଳ କଇଁ ଆଉ 

  କିଛି ନେଲା ଜହ୍ନ ରାତି ।୧

ତହିଁ ପର ଦିନ ଆଉ କିଛି ଥିଲା

  ଜଳିଲା ରୋଷେଇ ଘରେ

ପିଲାଙ୍କ ପାଠରେ କିଛି ହଜିଗଲା

  ଆଉ କିଛି ଜଞ୍ଜାଳରେ ।୨

ସେଦିନ ସଂଜରେ କିଛି ଜଳିଗଲା

  ତୁଳସୀ ଚଉରା ମୂଳେ

ଆଉ କିଛି ସ୍ମୃତି ବାକି ଥିଲା ପରା

 ଶୁଭିଲା କାନ୍ଥ ଘଣ୍ଟାରେ ।୩

ଅପର୍ଯ୍ୟାପ୍ତ ସିଏ ଅନନ୍ତ ଅସୀମ 

   ବୟସ ହେଲା ମଧ୍ୟାହ୍ନ

ପର୍ଯ୍ୟାୟ କ୍ରମରେ ଆସୁଥିଲା ସିଏ

  ହେଲା ନାହିଁ ଅବସାନ ।୪

ଜୀବନ ରାସ୍ତା ଠୁ ଆଉ ଲମ୍ବା ସିଏ

   ବୁଝିଗଲି ସେହି ଦିନ

ଆୟୁ ସରିଯାଏ ସ୍ମୃତି ସରେ ନାହିଁ

 ଅସରନ୍ତି ଦିବା ସ୍ବପ୍ନ ।୫

ଆଉ କିଛି ବାକି ଥାଏ ଭିଜି ଯାଏ

  ପ୍ରତି ତନ୍ଦ୍ରା ପଣତରେ

ଅସ୍ପଷ୍ଟ ତଥାପି ଭାରି ପ୍ରିୟ ସିଏ

  ହଜେ ଯାମିନୀ କୋଳରେ ।୬

ତଥାପି ସରେନି ଦିଏ ମଧୁ ସ୍ପର୍ଶ

  ଆସେ ମଝି ପାହାଚରେ

ଅସ୍ତ ହେବା ଯାଏଁ ଆସୁ ଥିବ ବୋଧେ

 ସବୁ ଚାନ୍ଦିନୀ ରାତିରେ ।୭

   


Rate this content
Log in