ସ୍ମୃତି
ସ୍ମୃତି
ତୁମ ପଛେ ପଡି ସାରି ଦେଲି ବଳ ବେଳ,
ଶେଷେ ତୁମେ ଅନ୍ଯ କା'ର ଫଟା ମୋ କପାଳ ।
ମୋ ପ୍ରେମରେ ମୋହ ଥିଲା ଜାଣି ମୁଁ ନଥିଲି,
ସ୍ବାର୍ଥୀ ଥିଲି ଆଶା ଥିଲା ପ୍ରାପ୍ତ ହେବି ବୋଲି ।
ବୁଝାଇଲ ଯେବେ ତୁମେ ପ୍ରେମ ପରିଭାଷା,
ତୁଟିଗଲା ମୋହ ଦୂର କଲି ସବୁ ଆଶା ।
ସମ୍ମାନ ସହିତେ ମିଠା କଥା ଦୁଇ ପଦ,
ଶୁଦ୍ଧ ପ୍ରେମେ ଥାଏ ସଦା ଅମୃତର ସ୍ବାଦ ।
ଇଚ୍ଛାଥିଲା ପ୍ରାପ୍ତ ହେବି ତୁମ ଯୌବନକୁ,
ସମୟ ସ୍ରୋତରେ ବୁଝିଗଲି ଆଜି ତା'କୁ ।
ବୁଝିଲି ପ୍ରେମର ଅର୍ଥ ପର ଉପକାର,
ପରମାର୍ଥୀ ବୋଲାଇବା ଜଗତରେ ସାର ।
ନିଜକୁ ପ୍ରଚୁର ଭଲପାଏ ଯୋଗୀ ସାଜି,
ତୁମ ପ୍ରେମେ ସମର୍ପିତ ହେଲି ସଖୀ ଆଜି ।
ପ୍ରେମ ଭାବ ଥିବ ଯୁଗ ଯୁଗ ଯାଏଁ ସତୀ,
ନ ବଞ୍ଚିବି ଚିରକାଳ, ଥିବ ଏକା ସ୍ମୃତି ।

