STORYMIRROR

Tapan Kumar Biswal

Romance

3  

Tapan Kumar Biswal

Romance

ସ୍ମୃତି

ସ୍ମୃତି

1 min
11.6K

ତୁମ କଥା ମନେପଡେ

ସକଳ ପହିଲି କିରଣରେ

ପହିଲି ବର୍ଷାର ସ୍ପର୍ଶରେ

ଫଗୁଣର ରଙ୍ଗ ଅବିରରେ l l


ସ୍ମୃତି ତୁମେ

ଆଳସୀ ଲାଜେଇ ଝରଣା

ତୁମକୁ ଦେଖିଲେ

ମନ ହୋଇଯାଏ ବାଟବଣା l l


ଆଜି ତୁମେ ନାହଁ

ପାସୋରି ଯାଇନି ସ୍ମୃତିକୁ

ବସନ୍ତକି ଭୁଲିପାରେ

ମଳୟ ପବନକୁ l l


ସାଇତି ରଖିଛି

ହସ ତୁମ ଚିର ଅପସରା

ହସ ଲୁହ ଭରା ମୋର

ଅଭୁଲା ପସରା l l


ମନେ ଅଛି କି ନାହିଁ

ତୁମର ଏ ଅଭୁଲା ସ୍ମୃତିକୁ

ସାଇତି ରଖିଛି ମୁଁ

ଅତୀତର ପୁରୁଣା ସ୍ମୃତିକୁ l l


ଏକାନ୍ତରେ

ନିରବ ରହିଛି

ଫେରିବ ପୁରୁଣା ଦିନ

ମୋ ହୃଦୟ କହୁଛି l l

               


Rate this content
Log in

Similar oriya poem from Romance