ସ୍ମୃତି ତୁମେ ଯେବେ ଆସ
ସ୍ମୃତି ତୁମେ ଯେବେ ଆସ
ସ୍ମୃତି ତୁମେ ଯେବେ ଆସ ମୋର ପାଶ
ମନ ସଜ ଫୁଟା ଫୁଲ
ଚହଟି ଛୁଟାଏ ଯେତେକ ମହକ
ମୋ ପାଇଁ ଅମୂଲ ମୂଲ ।
କେତେବେଳେ ପୁଣି ସାଜି ମରୁଦ୍ୟାନ
ମନର ତୃଷା ମେଣ୍ଟାଅ
କିପରି ବିଫଳୁ ସଫଳ ମଣିଷ
ହୃଦୟେ ଚେତାଇ ଦିଅ ।
ଆଉ କେବେ କେବେ ମନ ଅଗଣାରେ
ଝରାଇ ଦୁଃଖ ବରଷା
କଷ୍ଟ ଯନ୍ତ୍ରଣାରେ ଧୋଇ ତନମନ
ବୁଡାଇ ଦିଅ ମୋ ହଂସା ।
ମୋର ଜୀବନରେ ପ୍ରତି ମୁହୂର୍ତ୍ତରେ
ତୁମେ ସୁଖଦୁଃଖ ସାଥୀ
ବିନା ଆମନ୍ତ୍ରଣେ ଆସି ଫେରୁଥିବ
ହୃଦୟେ ଭରି ଶକତି ।
ତୁମ ସଙ୍ଗେ ଭାବ ଲାଗି ରହିଥିବ
ଥିବାଯାଏ ମୋ ଜୀବନ
ମିଠା ଖଟା ସ୍ବାଦ କରି ଆସ୍ବାଦନ
ଥିବି ପୂର୍ଣ୍ଣ ବା ଅପୂର୍ଣ୍ଣ ।
