Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Tragedy Others

4  

Chandrakanta Jena

Tragedy Others

ସ୍ମୃତି ତୁମେ ଅଜା

ସ୍ମୃତି ତୁମେ ଅଜା

1 min
304


ଜଳୁଥିଲା ଦୀପ ଦେଇ ସେ ଆଲୋକ

ଦେଖାଉ ଥିଲା ଯେ ବାଟ

ଅକାଳ ସମୟେ ଲିଭିଲା ସେ ଦୀପ

ଧରିବି କାହାର ହାତ ।


କେତେ ସେହ୍ନ ପ୍ରେମ ଦେଲା ପିଲାଦିନୁ

ପାଶେ ଥିଲା ଛାଇ ପରି

ଅଫେରା ବାଟରେ ପାଦ ଦେଇ ଆଜି

ଚାଲିଗଲା ପର କରି ।


ବାପା ମା ପରି ପାଳିଥିଲା ମୋତେ

ପୂର୍ଣ୍ଣ କରି ସବୁ ଅଳି

ଶେଷ ମୁହୂର୍ତ୍ତରେ ଦିଟୋପା ଲୁହରେ

ଦେଲି ତାକୁ ଶ୍ରଦ୍ଧାଞ୍ଜଳି ।


ସବୁ ସେହ୍ନ ପ୍ରେମ ହୋଇଗଲା ଶେଷ

ହୋଇଯିବ ସବୁ ସ୍ମୃତି

କେଇ ଦିନ ପରେ ଭୁଲି ଯିବେ ତାକୁ

ନାଁ ହେବ ତାର ଇତି ।


କୋକେଇ କାନ୍ଧେଇ ନେଲି ତାକୁ ବୋହି

ଆସିଲି ଛାଡ଼ି ମୁଁ ମଶାଣି

ନଅ ଦିନ ପରେ ହେଲା ଦଶଘର

ଟେକି ଦେଲି ତାକୁ ପାଣି ।


ଆଖି ଦେଖିବନି ଆଉ ତା ଚେହେରା

ସୁଭିବନି ତାର ସୁର

ଛାଡ଼ି ଚାଲିଗଲା ମଶାଣି ଭୂଇଁକୁ

ସଭିଙ୍କୁ କରି ସେ ପର ।


ସଭିଁଙ୍କ ମୁହଁରେ ଦେଉଥିଲା ହସ

ହୃଦୟର ଥିଲା ରାଜା

ଏଇ ଦୁନିଆଁରେ ଯେତେ ଖୋଜିଲେବି

ଆଉ ପାଇବିନି ଅଜା ।।


Rate this content
Log in

Similar oriya poem from Tragedy