ସ୍ମୃତି ରୁ ପଦେ
ସ୍ମୃତି ରୁ ପଦେ
ଅନେକ ଇଚ୍ଛା ହୁଏ
ଉଡିଯିବା ପାଇଁ
ଦୂରରୁ ଖୁବ ଦୂରକୁ
ଯେଉଁଠି ଖୋଲା ହୃଦୟ
କଢ ଧରିଛି ଫୁଲ ଫୁଟିଛି
ମୋ ପାଇଁ ଶଙ୍ଖ ମଲମଲ ପଥର
ତା ଉପରେ ତାଜମହଲ
ପାଖରେ ନଦୀଟିଏ
ସୁନ୍ଦର ଫୁଲ ବଗିଚା
କେହି ନ ଥିବେ ସେଠାରେ
ମୁଁ ଆଉ ସେ
ନିର୍ଜନ କୋଠରୀ
କିନ୍ତୁ
ବ୍ୟତିକ୍ରମର ବାତ୍ୟାରେ
ଏକାନ୍ତ ମୁଁ
ଏକା ଅବସ୍ଥାନ କରୁଛି
ଅତୀତର ସ୍ମୃତିକୁ ଜାବୁଡି ।

