STORYMIRROR

Er Subhransu Kumar Behera

Tragedy

3  

Er Subhransu Kumar Behera

Tragedy

" ସ୍ମୃତି ଫୁଲ "

" ସ୍ମୃତି ଫୁଲ "

1 min
295

ଅନ୍ଧକାର ଅଦୃଶ୍ଯତା

ପୁଣି ଅଶ୍ରୁ ବିରହରେ,

ତୁମ ସ୍ମୃତି ରାଜ ପଥେ

ଆର୍ଦ୍ରତାର ବାହାନାରେ ।

ଉଚ୍ଛ୍ୱାସ ମୋ ଭସ୍ମ କରି

ହୃଦୟରେ ଘୃତ୍ଯ ଭରି

ମନ ସଳିତାରେ

ଅଗ୍ନି ସଂଯୋଗରେ ।

ଆଶା ଆଉ ଅବକାଶ

ଦୁଇଟି ଫାଶରେ

ବାନ୍ଧି ହୋଇ ତଥାପି ମୁଁ

ଜାଳୁଛି ପ୍ରଦୀପ ଆଜି

ଅନାଗତ ବେଦନାରେ ।

ତିଳ ତିଳ କରି ମାରି

ଦୁଃଖ ସ୍ଵପ୍ନ ଆୟନରେ 

ନୈପଥ୍ଯର ଶିହରଣ

ବ୍ୟଥାର ବିଛଣା ପରେ ।

ପ୍ରୀତି ଭରା ରୁଦ୍ଧିରାକ୍ତ

ବିଶ୍ଵାସର ବହ୍ନି ପରେ

ସାଉଁଟୁଛି ସ୍ମୃତି ଫୁଲ

ସଳିତାର ଆଲୁଅରେ ।


    


Rate this content
Log in

Similar oriya poem from Tragedy