STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ସ୍ମୃତି ମାଧୁରୀ

ସ୍ମୃତି ମାଧୁରୀ

1 min
209



ନୀଳ ଆକାଶେ ଉଡିଯା ତୁ ମନପକ୍ଷୀ,

ଉଡ଼ି ଉଡ଼ି ଯା',

ମେଘ ରଜାର ବାଜେ ବାଇଦ

ବହୁତ ସେଠି ମଜା ।


ଦିଶୁଛି ଦୂରେ ଶ୍ୟାମଳ ନୀଳ

ପାହାଡ଼ ବନ ଲତା

ଗଛର ଡାଳେ କୋଇଲି ଗାଏ

ଗୀତ ସୁନ୍ଦର ମିଠା

ପ୍ରକୃତି ରାଣୀ ନୃତ୍ୟ ବିଭୋର

ଦିଶୁଛି ମନଲୋଭା ।

ଉଡ଼ି ଉଡ଼ି ଯା'

ନୀଳ ଆକାଶେ ମନପକ୍ଷୀ ତୁ

ଉଡ଼ି ଯା ।


ପୁଚ୍ଛକୁ ଟେକି ମୟୂର ନାଚେ

ଦେଖିଲେ କଳାମେଘ

ପାହାଡ଼ ଖୋଲୁ ଝରଣା ଝରେ

ଶୀତଳ ଶାନ୍ତିପ୍ରଦ

ମନର ଦୁଃଖ ହରଣ ହେବ

ଦେଖିଲେ ବନଶୋଭା ।

ଉଡ଼ି ଉଡ଼ି ଯା'

ନୀଳ ଆକାଶେ

ମନପକ୍ଷୀ ତୁ

ଉଡ଼ି ଯା ।


ଭଳି କି ଭଳି ଫୁଲ ଓ ଫଳ

ସୁନ୍ଦର ସବୁଜିମା

ଶୀତଳ ମୃଦୁ ମନ୍ଦ ମଳୟ

ଅଦ୍ଭୁତ ତାର ଛୁଆଁ

ହସଖେଳର ମଧୁର ବେଳା 

ସାଥି ସବୁଜ ଖୋଜା ।

ଉଡ଼ି ଉଡ଼ି ଯା'

ନୀଳ ଆକାଶେ ମନ ପକ୍ଷୀ ତୁ

ଉଡ଼ି ଯା ।


କାଟିବା କିଛି ବେଳ ନିର୍ମଳ

ସୁନ୍ଦର ଅବସର

ବଣଭୋଜିର ମଜା ନିଆରା

ନାହିଁ ତାହାର ତୁଲ

ପଶୁପକ୍ଷୀଙ୍କ ସ୍ୱଚ୍ଛନ୍ଦ ଗତି

ବନ ପ୍ରଶାନ୍ତି ଶଯ୍ୟା ।

ଉଡ଼ି ଉଡ଼ି ଯା'

ନୀଳ ଆକାଶେ ମନପକ୍ଷୀ ତୁ

ଉଡ଼ି ଯା ।

 



Rate this content
Log in

Similar oriya poem from Inspirational