Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance Inspirational Others

2  

KRUTIBAS NAYAK

Romance Inspirational Others

ସ୍ମୃତି ଝରକାରୁ ମୁହଁଟି ତୁମର

ସ୍ମୃତି ଝରକାରୁ ମୁହଁଟି ତୁମର

1 min
208



ସ୍ମୃତି ଝରକାରୁ ମୁହଁଟି ତୁମର ଦିଶୁଥାଉ ନୂଆହେଇ,

ମନ ଆଇନାକୁ ପୋଛିଦେଇ ପୁଣି ରହିବି ତୁମକୁ ଚାହିଁ ।(ଘୋଷା )


କେବେ ଯଦି ଭାଙ୍ଗିପଡ଼େ ସେ ଆଇନା କାଚକୁ ଗୋଟେଇ ନେବି,

ସୁନା ଫରୁଆରେ ସେ କାଚଗୁଣ୍ଡକୁ ସାଇତି କରି ରଖିବି ।

ନୂଆ ଆଇନାରେ ନୂଆମୁହଁ ଆଉ କେବେ ବି ଦେଖିବି ନାହିଁ ।

ସ୍ମୃତି ଝରକାରୁ ମୁହଁଟି ତୁମର ଦିଶୁଥାଉ ନୂଆହେଇ,

ମନ ଆଇନାକୁ ପୋଛିଦେଇ ପୁଣି ରହିବି ତୁମକୁ ଚାହିଁ ।(1)


ତୁମହାତ ଲେଖା ପ୍ରେମ ପତ୍ରଟିକୁ ପଢ଼ୁଥିବି ନିତି ଖୋଲି,

ସେ ପତ୍ରଟି ଯଦି ଚିରିଯାଏ କେବେ ରଖିବି ଚନ୍ଦନ ବୋଳି ।

ତୁମେ ଛୁଇଁଥିବା ମୋ ହାତକୁ ଆଉ କେବେ ବି ଧୋଇବି ନାହିଁ ।

ସ୍ମୃତି ଝରକାରୁ ମୁହଁଟି ତୁମର ଦିଶୁଥାଉ ନୂଆହେଇ,

ମନ ଆଇନାକୁ ପୋଛିଦେଇ ପୁଣି ରହିବି ତୁମକୁ ଚାହିଁ ।(2)



Rate this content
Log in

Similar oriya poem from Romance