ସ୍ମୃତି ଏକ ଅଭୁଲା ଦିନର
ସ୍ମୃତି ଏକ ଅଭୁଲା ଦିନର
ପରିଚୟହୀନ ଯାଯାବରଟିଏ
ପରିଚୟ ମାଗ ନାହିଁ ,
ସୁରଭି ବିହୀନ କାଗଜ ଫୁଲ ମୁଁ
ସୁରଭି ମୋ ଲୋଡା ନାହିଁ ।
କେତେ କୁଂଜବନ କେତେ ବଂଶୀ ସ୍ବନ
କେତେ ଜହ୍ନ ରାତି କେତେ ଚୋରାପ୍ରୀତି
ଅଦିନ ବରଷା ଯାଇଛି ତ ଧୋଇଦେଇ ।
ପରିଚୟହୀନ--------------------।।
ସ୍ମୃତିର ଦୀପାଳି ଜଳି ଜଳି ଯାଏ
ଆଶାର ଆକାଶ ତଳେ ,
ଝରିଝରିଯାଏ ପ୍ରେମ ନିର୍ଝରିଣୀ
ମୋ ମନର ଉପକୂଳେ ।
ମୁଁ ତୁମକୁ କେତେ ଭଲପାଏ ସତେ
ଏହି କଥା କହି କହି ।
ପରିଚୟହୀନ---------------------।।
ତୁମ ପାଇଁ କେବେ ଝରାଏ ଶ୍ରାବଣୀ
କେବେ ତୁମ ପାଇଁ ହସେ ,
ସତ କୁହ ତୁମେ ଝରା ଶେଫାଳୀ ଗୋ
ଭଲପାଅ ମୋତେ କେତେ ।
ମୋ ମନ ଗଗନେ ଚନ୍ଦ୍ରମା ନହେଲ ନାହିଁ
ଢାଙ୍କି ଦିଅ ଥରେ ତୁମ ଚୂର୍ଣ୍ଣ କବରୀରେ
ଅମା ଅନ୍ଧକାର ହୋଇ ।
ପରିଚୟହୀନ---------------------।।
ହସେ ବେଳାଭୂଇଁ ହସେ ନୀଳ କଇଁ
ହସେ ଏ ଚାନ୍ଦିନୀ ରାତି ,
ପାହାଡ ସେପଟେ ଲିଭିଯାଏ ଦିନ
ଲିଭେନାହିଁ ତୁମ ସ୍ମୃତି ।
ବଧୂ ତ ନହେଲ ନାହିଁ ,
ବନ୍ଧୁ ହେବାପାଇଁ କଥା ଦିଅ ମୋତେ ଆଜି ।
ସଜାଇ ଦେବ ଗୋ ସମାଧି ମୋହର
ପ୍ରୀତିର ଗୋଲାପ ଦେଇ ।
ପରିଚୟହୀନ------------------------।।
ଶରତ କୁମାର ଦାସ
ଅଧ୍ୟାପକ,ରାଜନୀତି ବିଜ୍ଞାନ ବିଭାଗ
ବଡବିଲ ମହାବିଦ୍ୟାଳୟ ,ବଡବିଲ ,କେନ୍ଦୁଝର।
ଦୁରଭାଷ-----9438243149