STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ସ୍ମୃତି ଚାଙ୍ଗୁଡି

ସ୍ମୃତି ଚାଙ୍ଗୁଡି

1 min
381


ସ୍ମୃତିର ଫୁଲରେ ମୋ ମନର ଚାଙ୍ଗୁଡି

ଭର୍ତ୍ତି ହୋଇ ଯେ ରହିଛି

କେଉଁ ଫୁଲ ପୁଣି ରଙ୍ଗେ ଝଲକୁଛି

ରଙ୍ଗ ହରା କେ ଦିଶୁଛି ।


କେଉଁ ଫୁଲ ମନେ ଆମୋଦ ଦେଉଛି 

କେଉଁ ଫୁଲେ ଲୁହ ବୋଳା

ହେଲେ ସବୁ ଫୁଲ ମୋ ଜୀବନ ପୁଞ୍ଜି

ଶିଖାଏ ଜୀଇଁବା କଳା ।


କେଉଁ ଫୁଲେ ଲେଖା ସଂଘର୍ଷର ଗାଥା

ଧୈର୍ଯ୍ୟର ମହତ୍ତ୍ଵ କୁହେ

କେଉଁ ଫୁଲେ ଲେଖା ପ୍ରତାରଣା ପୁଣି

ମଣିଷ ଚିହ୍ନା ଶିଖାଏ ।


କେଉଁ ସ୍ମୃତି ଫୁଲ ଆତ୍ମସନ୍ତୋଷର

ଉପାଦାନେ ହରା ଭରା

ସେହି ଉପାଦାନ ଉପଯୋଗ କରି

ହୃଦେ ସନ୍ତୋଷ ଫୁଆରା ।


ହସ - ଲୁହେ ଭରା ସ୍ମୃତିର ଚାଙ୍ଗଡ଼ା

ଜୀବନରେ ସବୁ ଲୋଡା

ସ୍ମୃତି ଅଟେ ମୋର ଶିକ୍ଷା ଦୀକ୍ଷା ଗୁରୁ

ଅନୁଭୂତିର ପସରା ।


ସ୍ମୃତି ଜୀବନର ଅମା ଅନ୍ଧକାରେ

ହୁଏ ଆଲୋକ ବର୍ତ୍ତିକା

ସ୍ମୃତି ଜୀବନର ଦୁର୍ବଳ ମୁହୂର୍ତ୍ତେ

ଦିଏ ସକାରାତ୍ମ ବାର୍ତ୍ତା ।


ମନରେ ସାଇତା ଅସରା ସ୍ମୃତି ଯେ

ଜୀଇଁବା କଳା ଶିଖାଏ

ସ୍ମୃତି ଅନୁଭୂତି ଏଇ ଜୀବନକୁ

ରଙ୍ଗମୟ କରିଥାଏ ।


ସ୍ମୃତିର ଭଣ୍ଡାରୁ ଅନୁଭୂତି ଆଣି

ସୁବ୍ୟବହାର କରିବା

ଜୀବନ ହୋଇବ ଶାନ୍ତ କାନ୍ତ ମୟ

ଆତ୍ମସନ୍ତୋଷ ଲଭିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational