STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance Tragedy

2  

ପ୍ରିୟଦର୍ଶିନୀ ମହାନ୍ତି

Romance Tragedy

ସ୍ମୃତି ଅପାଶୋରା

ସ୍ମୃତି ଅପାଶୋରା

1 min
138


ସ୍ମୃତି ସବୁକୁ ସାଇତି ରଖିଛି

ମନ ଆଲବମ୍ ରେ

ସ୍ନେହ, ପ୍ରେମର ବନ୍ଧେଇ ଭିତରେ,

କେବେ ଆସି ନିରୋଳାରେ

ନୀରବରେ ପରସ୍ତ ପରସ୍ତ ଲେଉଟେଇ

ପରଖି ଦେଇଯାଅ ସେସବୁକୁ।


ପୁରୁଣା ବୋଲି କ'ଣ କିଛି ଗୋଟେ ଥାଏ କି!!

ତୁମେ ଯାହାକୁ ପୁରୁଣା କୁହ,

ମୁଁ ତାକୁ ସ୍ମୃତି କୁହେ

ଯିଏ ବଞ୍ଚିବାକୁ ସାହା ହୁଏ

ରାହା ଦିଏ,

ସ୍ବଳ୍ପ ସମୟ ପାଇଁ ହେଉ ପଛେ

ଓଠରେ ଆଙ୍କେ ହସ ଚେନାଏ,

ଆଉ କିଛି ଦିନ ବଞ୍ଚିବାକୁ 

ଖୋରାକ ଯୋଗାଏ।


ଆଖି ଆଇନାରେ ଝଲସି ଗଲେ

ଲାଗେ ସତେ ଆଉ ଥରେ

ଜିଇଗଲି କି ସେଇ ସବୁ ମୁହୂର୍ତ୍ତ!!

ସ୍ମୃତି ଯେବେ ଦୁଃଖ ଦିଏ 

ତାକୁ ପାଶୋରିଦେବା ଭଲ,

କିନ୍ତୁ ଏ ମନ ଚାହିଁଲେ ବି

ପାଶୋରି ପାରେନା....

ରହିଯାଏ ଚିରଦିନ ପାଇଁ

ଭୁଲିହୁଏନା..


ସ୍ମୃତି ପରା ଅପାଶୋରା...

ଦୁଃଖଦ ହେଉ ବା ସୁଖଦ

ହୃଦରେ ସାଇତି ରୁହେ ଜୀବନ ସାରା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance