STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସମର୍ଥ ସୌଦାଗର

ସମର୍ଥ ସୌଦାଗର

1 min
17

କବିତା - ସମର୍ଥ ସୌଦାଗର
ରଚନା - ପଞ୍ଚାନନ ଜେନା
ତାରିଖ -୨୪-୦୬-୨୦୨୫
ବେଳେ ବେଳେ ଜାଣିଥିଲେ ବି
ସବୁ ପ୍ରଶ୍ନର ଉତ୍ତର ଦେଇ ହୁଏନା
ଭାବୁଥିଲେ ବି ସଭିଙ୍କୁ ସନ୍ତୁଷ୍ଟ କରି ହୁଏନା

ବେଳେ ବେଳେ ବଳ କଳ ଥିଲେ ବି
ସବୁ ସମସ୍ୟାର ସମାଧାନ ମିଳେନା
ସମସ୍ତ ଅଭିଯାନରେ ଜୟଲାଭ ହୁଏନା

ବେଳେ ବେଳେ ଧନ ମାନ ଥିଲେ ବି
ସବୁ ପରିସ୍ଥିତିରେ ହସି ହୁଏନା
ଅନନ୍ତ ଉପାୟ ସତ୍ତ୍ଵେ ବି ଜିତି ହୁଏନା

କିନ୍ତୁ ସବୁ କଥା ପଛରେ ଲୁଚିଥାଏ ପନ୍ଥା
ଆଉ ପନ୍ଥା ପଛରେ କାହାଣି ଥାଏ ଗୁନ୍ଥା
କିନ୍ତୁ ସବୁ କାହାଣୀର ଥାଏ ଅତୀତ ଯନ୍ତା

ତଥାପି ସହିବାକୁ ହୁଏ ଛାତିକୁ କରି ପଥର
ବାଟ ଚାଲିବାକୁ ହୁଏ ଝୁଣ୍ଟିପଡିବା ପରେ ବି ତତ୍ପର
ଇଚ୍ଛା ନ ଥିଲେ ବି ତତଲା ଗରଳକୁ ହସି ହସି ଆକଣ୍ଠିପାର
ଛାଇ ସହ ପାହୁଣ୍ଡ ପକେଇ ଚାଲିବାକୁ ହୁଏ ଆଗଭର

ଅପିତୁ ବଂଚିବାକୁ ହୁଏ ମାନି ଜୀବନ ସରଣୀ ଧରଣୀ
ଅଟକି ଥିବା ବିଶ୍ୱାସକୁ ନେଇ ନିଃଶ୍ୱାସ ମାରିବାକୁ ପଡ଼େ କର କରଣୀ
ଇଚ୍ଛାର ଅଞ୍ଜୁଳା ଅଞ୍ଜୁଳା ପୁଷ୍ପାଞ୍ଜଳୀକୁ ଦଳି ଦେଇ ଆହୁଲା ମାରେ ତରଣୀ
ଶୁଣି ବି ନ ଶୁଣିବାର ଅଭିନୟ କରୁ କରୁ ସରି ଆସୁଥାଏ ସମୟ ବାରୁଣୀ

ତଥାପି ସାହସ ରଖିଛି ଭବ ସଂସାରେ ଏ ସମର୍ଥ ସୌଦାଗର
ତଥାପି ଆସ୍ଥା ବିଶ୍ୱାସ ରଖିଛି ଚରଣାରବିନ୍ଦ ପୟର
ତଥାପି ମାଡି ଚାଲିଛି ଆସନ୍ତାକାଲିର ସୁନେଲି ରୂପେଲି ଆଶା ମର୍ମର
ତଥାପି ପ୍ରାର୍ଥନା କରୁଛି ବିନା କାରଣରେ କଟି ଯାଉ ଦୁଷ୍କର ସମୟ ସବୁ ଯୁଦ୍ଧକ୍ଳିଷ୍ଟ ସଂସାର


Rate this content
Log in

Similar oriya poem from Inspirational