STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ସମରସଜ୍ଜା

ସମରସଜ୍ଜା

1 min
338

ଲୁହ ଲହୁ

ମୋହ ମହୁ

କୋହ କୁହୁ

ଇତ୍ୟାଦି ....

ଏଇ ସବୁକୁ ନେଇ ତ ହୁଏ ଯୁଦ୍ଧ

ଯେବେ ନିଜ ସ୍ଵପ୍ନ ହୁଏ ଶରବିଦ୍ଧ। 


ଏଠି ଖାଲି ନ ଥାଏ ଜୟ ପରାଜୟ

ଅନେକ କୂଟନୀତିର ଅଙ୍କ କଷା ହୁଏ ମାଟି ସିଲଟରେ। 

ନିଜ ମଥାର ଶିରସ୍ତ୍ରାଣ ସଜ କରିବାକୁ

ଅଗଣିତ ମଥା ମିଶେ ମାଟି ହୋଇ ମାଟି କଣିକାରେ

ଛଳନା ଓ ବୀରତ୍ୱର ଖଡ୍ଗ ବୁଲେ

ମେଣ୍ଟେଇବାକୁ ନିଜ ନିଜର ତୁଛା ରକ୍ତ ତୃଷ୍ନା

ଅନେକ ଅହଙ୍କାର ଚୁନା ହୁଏ ଦେଖୁ ଦେଖୁ ଆଖି ପଲକରେ। 


କିନ୍ତୁ ମାଟି କେବେ ଚାହେଁ ନାହିଁ ଯୁଦ୍ଧ

ତୁଛାଟାରେ ଲାଲ୍ ହୁଏ ନିଜ ଅପତ୍ୟ ରକ୍ତରେ

ପାଦ ସବୁ କଚାଡ଼ି ହୁଅନ୍ତି ନିଜ ଜାନୁର ଦମ୍ଭ ଦେଖାଇବାକୁ

କାହା ଛାତି ଫାଟୁଛି ତ ଫାଟୁ ପରବାୟ ନାହିଁ

କେଉଁଠି ଜାନୁଭଙ୍ଗ ହୁଏ ପ୍ରତିଶୋଧର ନିର୍ମମ ପ୍ରହାରେ

କେବେ ପୁଣି ଅହଙ୍କାର ଅଟ୍ଟହାସ୍ୟ କରେ

ନିଜ ନୃଶଂସତାର ପରାକାଷ୍ଠା ପରେ। 


ତଥାପି ସରେନା ଯୁଦ୍ଧ

ବାକି ରହେ ଅଗ୍ନିକଣା ହୋଇ ନିର୍ବାପିତ ପାଉଁଶ ଗଦାରେ

ଯୋଜନାର ନକ୍ସା ଭିତରେ ଖଞ୍ଜା ହୁଏ ଅନେକ ଚକ୍ରାନ୍ତ

ନିଜ ମହଲ ସଜାଡିବାକୁ ପ୍ରୟାସ କରୁ କରୁ

ଭଙ୍ଗା ହୁଏ ଅନେକ କୁଡିଆ ଉଡ଼ାଇବାକୁ ଯଶବାନା ମୁକ ଆକାଶରେ

ବାସ୍ ଏମିତି ହିଁ ସମରସଜ୍ଜା ଚାଲିଥାଏ ଜୀବନ ସାରା

ବଞ୍ଚିବାକୁ ଟିକିଏ ମାତ୍ର ଜୀବନ, ଶାନ୍ତିର ମୃଦୁ ପବନରେ। 


Rate this content
Log in

Similar oriya poem from Abstract