STORYMIRROR

Bijaylaxmi Behera

Romance

2  

Bijaylaxmi Behera

Romance

ସମର୍ପଣ

ସମର୍ପଣ

1 min
63

ଝପ ଝପ ଅଚାନକ ବର୍ଷିଗଲା

ସାଇତା ଅଭିମାନ

ମଗ୍ନ ମାଟି ଯେ ପ୍ରତିଶୃତି ବଦ୍ଧ

ସାଉଁଟି ନେବାକୁ ସବୁ କୋହ,

ଲୁହ, ଆବେଗ ନିଶବ୍ଦରେ ଜୀବନ ତମାମ

ଆଉ କଣ କିଛି ଉପସଂହାର ଥାଇପାରେ

ଏତେ ସମର୍ପଣ ପରେ

ଏବେ ତ ଖାଲି ଭୋଗିବାର ସମୟ

ଚୁପଚାପ ଛାତିରେ ଲୋଟିଯିବାର ବେଳ

ନା କିଛି ଶବ୍ଦ ନା କିଛି ଅର୍ଥ

ଖାଲି ଆଖିରେ ଆଖିରେ 

ଜୀଇଁଯିବାର ବେଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance