ସମର୍ପଣ
ସମର୍ପଣ
ଝପ ଝପ ଅଚାନକ ବର୍ଷିଗଲା
ସାଇତା ଅଭିମାନ
ମଗ୍ନ ମାଟି ଯେ ପ୍ରତିଶୃତି ବଦ୍ଧ
ସାଉଁଟି ନେବାକୁ ସବୁ କୋହ,
ଲୁହ, ଆବେଗ ନିଶବ୍ଦରେ ଜୀବନ ତମାମ
ଆଉ କଣ କିଛି ଉପସଂହାର ଥାଇପାରେ
ଏତେ ସମର୍ପଣ ପରେ
ଏବେ ତ ଖାଲି ଭୋଗିବାର ସମୟ
ଚୁପଚାପ ଛାତିରେ ଲୋଟିଯିବାର ବେଳ
ନା କିଛି ଶବ୍ଦ ନା କିଛି ଅର୍ଥ
ଖାଲି ଆଖିରେ ଆଖିରେ
ଜୀଇଁଯିବାର ବେଳ ।

