Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaylaxmi Behera

Abstract

3  

Bijaylaxmi Behera

Abstract

ରହସ୍ୟର ଯନ୍ତ୍ରଣା

ରହସ୍ୟର ଯନ୍ତ୍ରଣା

1 min
174


ନିଜ ପରିଚୟ ଗୋପନ ରଖିବାର ଯନ୍ତ୍ରଣା

ଅସ୍ତିତ୍ବ ଲୁଚେଇବାର ପୁଞ୍ଜିଭୁତ କୋହ

ସବୁ ମିଶି କାଳକ୍ରମେ ମୁଁ ଆଉ ପଥର ପାଳଟିଗଲିଣି ତ

ମୋ ସବୁଜ ପତ୍ର ସବୁ ଭାଗ୍ୟ ଲିଖନ କୁ ସ୍ଵୀକାର କରି 

ଛୋଟ ଛୋଟ ସୁଡଙ୍ଗ ହୋଇଗଲେ କି ଆଉ!

ବଳ, ବୀର୍ଯ୍ୟ, ଶୌର୍ଯ୍ୟ ସବୁ କେମିତି ନିଃଶେଷ ହୋଇଯାଏ

ତାର ତ ମୁକସାକ୍ଷୀ ମୁଁ

ତଥାପି ହାର ନ ମାନି ନିୟତିକୁ ନିଃସର୍ତ୍ତ ଆଲିଙ୍ଗନ କରି 

ସ୍ୱାଭିମାନର ସହ ସଂଘର୍ଷର

ଲଢେଇର କାହାଣୀ ଲେଖି ରଖିଥିବା 

ବୃକ୍ଷରୁ ପଥର ପାଲଟିଥିବା 

ଶମୀ ବୃକ୍ଷ ମୁଁ...


Rate this content
Log in

Similar oriya poem from Abstract