STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ନାରୀ**

ନାରୀ**

1 min
172

ନାରୀ ବି ନିଷ୍ପତ୍ତି ନେଇପାରେ!!

ଚମକିପଡ଼ିଲା ସେ

ବୁଝାମଣା ର ଜୀବନ ଜୀଉଁ ଜୀଉଁ ଆଉ ଅସ୍ତିତ୍ବ କାହିଁ ଯେ!

ଏବେ ତ ନିଜ ନାଁ ବି ଅଚିହ୍ନା ହେଲାଣି

ପକ୍ଷାଘାତ ଭୋଗିଥିଲା ଆତ୍ମା

ଯେବେ ଆଶ୍ଚର୍ଯ୍ୟ ରେ କହିଥିଲେ ସେ

ନାମଫଳକ ରେ ତୁମ ନାଁ!!

ଆଉ ଫାଟି ପଡୁଥିଲି ଗର୍ବରେ

ଅର୍ଦ୍ଧାଙ୍ଗିନୀ ବୋଲି

ଆଖି ଖୋସି ଦେଖିଥିଲେ ପିଲେ

ମିସ୍ତ୍ରୀ ଯେବେ କହିଲା ଏଇ ଜାଗାଟା ମାଙ୍କ ଗ୍ରନ୍ଥାଗାର ପାଇଁ

ଆଉ ଏଇଟା କଥା ଚାଲିଛି

ନାରୀଟିଏ ନିଜ ପାଇଁ ନିଷ୍ପତ୍ତି ବି ନେଇପାରେ

କେଜାଣି ?

ଯେଉଁଦିନ ହୃଦ ବିଶେଷଜ୍ଞର ସ୍ବପ୍ନ ତେଜି ପରିବା କାଟିବାର କୌଶଳ ଶିଖିଲି,

ହାତଗଣ୍ଠି ପଡିବାର ଅନେକ ପରେ

ସାତ ଜନ୍ମର ସାଥୀର !!

ମୁହଁ ଦେଖିଲି ସେଦିନରୁ ଆଜିଯାଏ ସନ୍ଦେହରେ

ନାରୀ ଟିଏ ବି ନିଜ ପାଇଁ ନିଷ୍ପତ୍ତି ନେଇପାରେ!!!


Rate this content
Log in