STORYMIRROR

Bijaylaxmi Behera

Others

4  

Bijaylaxmi Behera

Others

ଦାନ୍ତ

ଦାନ୍ତ

1 min
302

ଶେଷ ଧାଡ଼ିର ଦାନ୍ତ ମୁଁ

କିଏ କହେ ଅଦରକାରୀ

କିଏ କହେ ଜ୍ଞାନ ଦାନ୍ତ

କେଜାଣି କଣ ପାଇଁ ମୋର ସୃଷ୍ଟି

ପ୍ରାୟତଃ ମୋତେ ହିଁ ଉପାଡି ଦିଆଯାଏ

ଯେବେ ଅସହ୍ୟ ହୁଏ କଷ୍ଟ

ବୋଧହୁଏ ମୁଁ ଏକ ମାଧ୍ୟମ 

ଚେତେଇ ଦେବାକୁ 

ହେ ମନୁଷ୍ୟ

ବାନ୍ଧ ଏଥର ମୋହ ମାୟାକୁ ଗଣ୍ଠିଲି ରେ

ଫେରିବାର ସମୟ ହେଲାଣି

ସଂଳାପ ବି ସରି ଆସିଲାଣି ଜୀବନ ମଞ୍ଚରେ

ଏବେ ତ ନିକଟ ବିଦାୟର ବେଳ

ଉଈ ଖିଆ ଶରୀରକୁ ବୋହି 

ଅପ୍ରିୟ ସତ୍ୟକୁ ଢ଼ୋକିବାର ସମୟ 

ଦୁଃଖ ଏତିକି ଲୋକେ କହନ୍ତି 

ଜ୍ଞାନ ଦାନ୍ତ ଦୁଃଖ ଦେଲା

କେହି ବୁଝେନି 

ଧାଡ଼ିର ଶେଷ ଦାନ୍ତର କୋହ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍