ଜୀବନର ଭିନ୍ନ ଦିଗ
ଜୀବନର ଭିନ୍ନ ଦିଗ
ପୁଣି ଗୋଟାଇ ଆଣିଲି
ଧୋଇ ମାଜି ଶୁଖେଇଲି
ଆତ୍ମପରିଚୟ ମୋର
ଯଦିଓ ସ୍ଵୀକାର କରିବା
ସମସ୍ତଙ୍କୁ କଷ୍ଟ
ତଥାପି ଚେଷ୍ଟା କରିବା ତ
ମୋର ଏକାନ୍ତ ଅଧିକାର
ବୁଝେଇଦେଲି
ମୁଁ ଭିନ୍ନ ଏକ ଅହଲ୍ୟା
ଅପେକ୍ଷା ନାହିଁ କେଉଁ ପଦ ସ୍ପର୍ଶକୁ
ମୁଁ ତ ସମାଧିସ୍ଥ ମୋ
ନିଜ ସର୍ତ୍ତରେ
ମୁଁ ପଥର ପାଲଟିଛି ବି ମୋ ଇଛାରେ
ତୁମେ ଫେରିଯାଅ ଆଗନ୍ତୁକ
ମୁଁ ମଗ୍ନ ମୋ ସନ୍ଧାନରେ
ମୁ ବିଭୋର ମୋ ବେଳାରେ
ମୁଁ ସନ୍ତୁଷ୍ଟ ମୋ ପରିଚୟରେ ।
