STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ଶକ୍ତି ଏକ ଇଛାର

ଶକ୍ତି ଏକ ଇଛାର

1 min
196

କୁନି କୁନି ପାଦରେ ପାଉଁଜି ରୁଣୁଝୁଣୁ ସ୍ୱର

ବାଃ କେତେ ଭଲପାଇବା

ସଂଜ୍ଞା ବଦଳିଯାଏ 

ସମୟ ସୁଅରେ

ପାଉଁଜି ହୁଏ ବେଡି ବନ୍ଧନ

ରୁଣୁଝୁଣୁ ସ୍ୱର ବଦଳିଯାଏ ଆକଟରେ 

ପକ୍ଷାଘାତ ଭୋଗିନିଏ ଇଛା

ଗଲାରୁଦ୍ଧ ହୁଏ ସ୍ବପ୍ନ 

କେବେ ସମାଜ ତ କେବେ 

ଝିଅଟିଏ ହେବାର ଦାୟରେ

ଖୁବ ସାହସ ଜୁଟେଇ ଆଜି ମୁଁ 

ପାଉଁଜି କୁ ପିନ୍ଧିଛି ଗହଣା କରି

ମୋ ଇଚ୍ଛାରେ

ଘୁଙ୍ଗୁର ରେ ବାଜୁଛି ମୋ ସ୍ବପ୍ନ ବିଭୋର ମୁଁ,

ମଗ୍ନ ମୋ ଆତ୍ମା 

ଦୁଇ ହାତରେ ଅନ୍ଧାର ଆଡେଇ

ଆଲୁଅ କୁ ପିଇ ଯିବାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍