STORYMIRROR

Bijaylaxmi Behera

Classics Others

3  

Bijaylaxmi Behera

Classics Others

ହେ ଈଶ୍ୱର

ହେ ଈଶ୍ୱର

1 min
182

ହେ ଈଶ୍ବର

ମାର୍ଗ ଦର୍ଶାଅ

କାହାକୁ ତ୍ୟାଗିବି

କାନ ନା ଆଖି

ଦାନ୍ତ ନା କେଶ

ଚୟନ କଣ ଏତେ ସହଜ

ଜୀବନ ସୂର୍ଯ୍ୟ ଢଳିବା ବେଳେ 

ନିଜେ ତ ମୁଁ ଏକ ବୋଝ

ବାର୍ଦ୍ଧକ୍ୟ କଣ କମ କଷ୍ଟଦାୟକ ଯେ 

ପୁଣି ଅଙ୍ଗ ମାନଙ୍କ ଅପାରଗତା

ଯନ୍ତ୍ରଣା ଭୋଗିବା ତ ସ୍ଥିରୀକୃତ

ତେବେ କେଉଁ ଯନ୍ତ୍ରଣା ମାଗିବି

ମାନସିକ ନା ଶାରୀରିକ

ଏଇ କଣ ଏକ ମାତ୍ର ମାଧ୍ୟମ

ବୁଝେଇବାକୁ ଯେ

ସବୁ ଅଳିକ... ସବୁ କ୍ଷଣିକ

ହେ ଈଶ୍ୱର ମାର୍ଗ ଦର୍ଶାଅ

କାହାକୁ ଆପଣେଇବି

ଖୁସି ଖୁସି

ଜରା, ବ୍ୟାଧି, ଯନ୍ତ୍ରଣା

ସବୁ ତ ପୂର୍ବରୁ ସ୍ଥିର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics