STORYMIRROR

Bijaylaxmi Behera

Others

3  

Bijaylaxmi Behera

Others

ବିଶ୍ବାସ

ବିଶ୍ବାସ

1 min
192

ଆଖି ବୁଜି ମାଗିନିଅ ନିଜ ଅଭିଷ୍ଟ

କେତେ ସହଜ କହିବା

କଣ ମାଗିବି ଭାବୁ ଭାବୁ

ଲୋକେ ମୁଣ୍ଡିଆ ମାରି ଫେରି ଯାଇଥାନ୍ତି

ଖାଲି ପ୍ରାଙ୍ଗଣରେ ଛିଡା ହୋଇ ଭାବୁଥାଏ

ଛୋଟ ଗାର, ବଡ଼ ଗାର

କାହାକୁ ଲିଭେଇଲେ ସମସ୍ୟା ଦୁରେଇଯିବ

କେଉଁ ବର ମାଗିନେଲେ ସବୁ ଅଭିଷ୍ଟ ପୁରା ହେବ

ଦୃଷ୍ଟି ପଡିଲା ବେଲ ପତ୍ର ଟି 

କେମିତି ଲଢ଼ି ଚାଲିଛି 

କ୍ଷୀର ଆଉ ପାଣିର ସୁଅରେ

ରହିବାକୁ ଶିବ ଲିଙ୍ଗ ଉପରେ

ବାସ ମନକୁ ମନ ମାଗି ହୋଇଗଲା

ମୋତେ ଅସରନ୍ତି ଧୈର୍ଯ୍ୟ 

ଆଉ କେବେ ସରୁ ନ ଥିବା ସାହସ

ଏଠି ଯେ ନିତି ପ୍ରତି ନୂଆ ସମସ୍ୟା 

ଭିନ୍ନ ରୂପରେ ଗିଳିବାର ଭୟ ଦେଖାଏ

ତଥାପି ବଞ୍ଚିଥାଉ ମୋ ଭିତରର ବିଶ୍ୱାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍