ସମୟର ଚକ
ସମୟର ଚକ
ସମୟ ବିସ୍ମୟ କରଇ ଆଶ୍ଚର୍ଯ୍ୟ
ଅପେକ୍ଷା ଜାତକେ ନାହିଁ ,
ପ୍ରକୃତିର ଖେଳ ସମୟର ସ୍ରୋତ
କାଳବଳେ ଯାଏବହି
ଦିନ ପରେ ରାତି ସମୟର କୃତି
ଏ'କଥାଟି ଧ୍ରୁବସତ୍ୟ ,
ସମୟର ଚକ ଘୂର୍ଣ୍ଣନ ଫଳକ
ନୁହଁଇ କାହାର ଭୃତ୍ୟ
ସମୟର ଖେଳ ନୁହେଁ ଗୋଳମାଳ
ଅବିଶ୍ରାନ୍ତ ଗତିପଥ ,
ଅବିରାମ ଭାବେ ଚାଲି ଥାଏ ଧୀରେ
କରେନାହିଁ କର୍ମେ କ୍ରୋଧ
ସମୟ ବାପୁଡା ନୁହେଁ ପଥହୁଡା
ଧରମ କରମ କର୍ତ୍ତା ,
ଏକାଗ୍ରତା ଭାବ ରଖଇ ଅକ୍ଷୁର୍ଣ୍ଣ
ଜଗତକୁ ଦିଏ ବାର୍ତ୍ତା
ଦିବସ ରଜନୀ ସମୟର ସାଥୀ
ପ୍ରତିକ୍ଷଣେ ଆଙ୍କେ ସ୍ମୃତି ,
ମହା ଜାଗରଣ ସମୟର ଦାନ
ଅଲୌକିକ ସ୍ଵପ୍ନଜ୍ୟୋତି
ଜୀବ ଜଗତର ବିଶାଳ ବ୍ରହ୍ମାଣ୍ଡ
ସମୟର ସହୋଦର ,
ପଶୁ ଠାରୁ ପକ୍ଷୀ ମତ୍ସ୍ୟ ଠାରୁ ହସ୍ତୀ
ସମୟାନୁ ବର୍ତ୍ତିତା ସ୍ଵର
ଜ୍ଞାନିଗୁଣୀ ଜନ ହୁଅ ସଚେତନ
ସମୟ ବଳିଷ୍ଠ ଧନ ,
ଅପେକ୍ଷା ଉପେକ୍ଷା କରନାହିଁ ଜମା
କର୍ତ୍ତବ୍ୟରେ ରଖମନ
ଭାଗ୍ୟ ଭବିଷ୍ୟତ ସମୟ ସୂଚୀତ
ଦୁଃଖ ପରେ ଆସେ ସୁଖ ,
ସମୟର ଚକ୍ର ଭଲମନ୍ଦ ମିତ୍ର
ହୁଅନା ଜମା ବିମୁଖ
ଆଜି ଯିଏ ରାଜା କାଲି ସିଏ ପ୍ରଜା
ସମୟର କୋପ ଚାପ ,
ଗର୍ବ ଅହଙ୍କାର ସତେ ମୂଲ୍ୟହୀନ
ଅନ୍ୟାୟ ଅନୀତି ପାପ
