STORYMIRROR

Ram Prasad Bisoi

Classics

3  

Ram Prasad Bisoi

Classics

ସମ୍ପର୍କରଦ୍ୱାହି

ସମ୍ପର୍କରଦ୍ୱାହି

1 min
274


କହିଲ ତ ଦେଖି କେତେବର୍ଷ ତଳୁ ତୁମ

ମୋ ସମ୍ପର୍କର ଚାବିକାଠି ଯାଇଛି ହଜି,


ତୁମେ ତ ସେଦିନ 

କଥା ଦେଇ ଯାଇଥିଲ କହି ଫେରିବାକୁ ଜଲଦି,


ତୁମ ଫେରିବା ବାଟକୁ

କବର ତଳୁ 

ସେଦିନୁ ଏ ଯାବତ ଯେ ମୁଁ ଚାହିଁ ବସିଛି

ତମେ ଭୁଲି ଯାଇଛ କି

ଫେରେଇବାକୁ ମତେ ମୋ ହଜିଲା ଅତୀତ,

ମୋର ଠିକ ମନେ ଅଛି

ତମେ କହିଥିଲ ସେଦିନ ଯେଉଁ ଦିନ ଫେରିବ 

ସେ ଦିନ ଦେବ ଉତ୍ତର 

ମୋ ବାକି ରହିଥିବା ସବୁ ପ୍ରଶ୍ନର,


ହଠାତ, ଦିନେ ଅନୁଭବ କଲି 

ମୋ କବର ଉପର ପଥର ଛାତିରେ କାହାରି ମୃଦୁସ୍ପର୍ଶ, 

ଭାବିଲି,ତୁମେ ବୋଧେ ଫେରି ଆସିଛ 

ମୋ ନିକଟକୁ ନେଇ ଲୁହ ଛଳଛଳ ଆଖି ଦୁଇଟି,

ଆଉ 

ସତେ ଯେମିତି ମତେ ଦେଖିବାମାତ୍ରେ କୋଳେଇ ନେଇ 

ମୋ କଡେ ଶୋଇ 

ଚୁମି ଚାଲିବ ମୋ ସାରା ଅଙ୍ଗ ପ୍ରତ୍ୟଙ୍ଗ,

ଦେଇ ଅତୀତର ସମ୍ପର୍କର ଦ୍ୱାହି, 

ତୁମ ଓଠ ପଚାରି ଚାଲି ଥିବ ଏମିତି '

କୁହ ତ କେମିତି ତମେ ପାରିଲ ମରି

କାହିଁ କେତେ ବର୍ଷ ତଳୁ ପା ମୋ ଆତ୍ମା

ତୁମ ଆତ୍ମା ନିକଟରେ ପଡିଥିଲା ବନ୍ଧକ,


ବହୁତ ଦିନ ପରେ କବର ତଳୁ ମୁଁ ହସିଲି ଢେର ହସିଲି

କହିଲି ତୁମକୁ  

ଦିଅନି ଆଉ ଦିଅନି ଆଉ ଥରେ ମତେ ସମ୍ପର୍କର ଦ୍ୱାହି,

କହିଲ ତ ଦେଖି

ସେ ସମ୍ପର୍କର ମାନେ କଣ ଅଛି 

ଯେଉଁ ସମ୍ପର୍କକୁ ହୁଏ  ନା ନିଭାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics