STORYMIRROR

Santosh Kumar Misra

Classics

2  

Santosh Kumar Misra

Classics

ସମ୍ପର୍କର ସ୍ମାରକୀ

ସମ୍ପର୍କର ସ୍ମାରକୀ

1 min
3.2K

ସମ୍ପର୍କର ସ୍ମାରକୀ


ଲକ୍ଷ୍ମଣ ରେଖାର ବଳିଷ୍ଠ ବଳୟ ଭିତରେ

ସମ୍ପର୍କମାନ ଆବଦ୍ଧ ହେଇଗଲେ

ଷୋଳଅଣା ସଙ୍କୁଚିତ ହେଇଯାଏ ଜିଜୀବିଷା

ବିଶ୍ବାସର ଚକ୍ର ଉପରୁ ଉତ୍ତୁରି ଯାଉଥିବା ସମ୍ପର୍କକୁ

ପୁନଃ ଉଜ୍ଜିବୀତ କରି ସ୍ମାରକୀୟ ସ୍ଥିତିକୁ ଫେରେଇ ଆଣିବା

ଅନବରତ ଚେଷ୍ଟା ପରେ ବି ସହଜ ହେଇ ନଥାଏ


ଅନେକ ସମୟରେ

ସ୍ବଳ୍ପ ସାଫଲ୍ୟ ମଧ୍ୟ ବିତସ୍ପୃହ କରିଦିଏ

ଯେଣୁ ଗଣ୍ଠିପକା ଏକ ରଜ୍ଜୁ ସଶକ୍ତ ହେଇନଥାଏ


ପଦେମାତ୍ର ବେସତର୍କ କଥା

ଭୁଷୁଡାଇ ଦିଏ ସମ୍ପର୍କର ସୌଧକୁ

ରକ୍ତର ଧାର ବୁହାଇଦେଇ ମଧ୍ୟ ପଥର ଛାତିରୁ

ସବୁ ରାତିର ସଙ୍କଳିତ ନୀଳ ସ୍ବପ୍ନ

ଜଳି ପୋଡି ନଷ୍ଟଭ୍ରଷ୍ଟ ହେଇଯାଏ ଏକ ନୂଆ

ସୂର୍ଯ୍ୟସ୍ନାତ ସକାଳର କଅଁଳ କିରଣରେ


ଏସବୁ ସତ୍ବେ ଅପେକ୍ଷା ରହିଥାଏ

କେବେ କାଳେ ଦିନେ ଏକ ଶୁଭ ମୁହୂର୍ତ୍ତରେ

ଲେଉଟି ଆସିବ ପୁରୁଣା ସମ୍ପର୍କର ରୁକ୍କୁଣା ରଥ

ବାସ୍ନାୟିତ ହେଇଯିବ ଘରବାରି, ଦାଣ୍ଡ ଓ ଚଉହଦି



Rate this content
Log in

Similar oriya poem from Classics