Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Romance

3  

Prasanta kumar Hota

Romance

ସମ୍ପର୍କର ନଈ ତୀରେ

ସମ୍ପର୍କର ନଈ ତୀରେ

1 min
151



ପ୍ରେମକୁ ପ୍ରସାରି ମିଳନ ବିସ୍ତାରି

ଅର୍ଘ୍ୟ ଦେଲ ସମ୍ପର୍କରେ

ସମ୍ପର୍କର ସେତୁ କେଉଁଠି ଫାଟିଲା

ରହିଗଲି ବିରହରେ

ଏକି କଲ ତୁମେ ପ୍ରୀତିର ପ୍ରାନ୍ତରେ

ସମ୍ପର୍କର ନଈ ତୀରେ।


ପ୍ରୀତିର ମଳୟ ହେଲା ବିପରୀତ

ସବୁ କିଛି ଗଲା ହଜି

ମୋ ଜୀବନ ମୋତେ ଦେଇଗଲା ଯାହା

ଅଭୁଲା ସ୍ମୃତିରେ ଆଜି।

ଦୁର୍ବିସହ ଲାଗେ ନିଃସଙ୍ଗ ଜୀବନ

ମୃତ୍ୟୁର ପଥିକ ସାଜି


ତଥାପି କାହିଁକି ତୁମକୁ ମୁଁ ଖୋଜେ

ତୁମ ବିନା ଲାଗେ ତୁଛ

ତୁମେ ଥିଲ ସାଥୀ ଜୀବନ ସାରଥୀ

ବିଶ୍ଵାସର ବରଗଛ

ବଞ୍ଚିବା ବାସନା ବ୍ୟାହତ ହେଲାଣି

ଲୁଚି ଲୁଚି ଯାଏ ଲକ୍ଷ୍ୟ।


ଭିକାରୁଣୀ ମୁହିଁ ସମୟ ଦାଣ୍ଡରେ

ବୁଲୁଛି ମୁଁ ଏକା ଏକା

ହୃଦୟ ଦେଇଛି ପ୍ରୀତିର ସ୍ଵାକ୍ଷର

ନିୟତି ନିଷ୍ଠୁର ବାଧା

କର କାହିଁ ମୋତେ ଅବାଞ୍ଛିତ ଆଉ

ଦିଅ ମୋତେ ପ୍ରୀତି ଭିକ୍ଷା।


ମୋ ପ୍ରୀତି ନଇରେ ଉଛୁଳାଇ ଦେବି

ସରାଗରେ ପାଖେ ବସି

ପ୍ରପଞ୍ଚ ନୁହେଁ ମୋ ପ୍ରୀତିର ସିକଞ୍ଜ

ମୋତେ କାହିଁ କର ଦୋଷୀ

କଳଙ୍କ ନଥାଇ କଳଙ୍କ ବୋଳିଲେ

ତୁମେକି ହୋଇବ ଖୁସି।




Rate this content
Log in

Similar oriya poem from Romance