STORYMIRROR

Jyotsna Acharya

Romance Inspirational

3  

Jyotsna Acharya

Romance Inspirational

ଶାଶ୍ବତର ବାରିଧାରା

ଶାଶ୍ବତର ବାରିଧାରା

1 min
160

କିଏ କହେ ପ୍ରେମ ତୁମେ

ଶକ୍ତିଶୀଳ ଶାଶ୍ବତ

କିଏ କହେ ପ୍ରେମ ତୁମେ

ସ୍ନେହ ଭକ୍ତି ବାତ୍ସଲ୍ୟର ପରିତୃପ୍ତ

ସତ, ତୁମେ ପ୍ରେମ ଅଟ- 

ସାହାସର ମେରୁଦଣ୍ଡ

କେବେ ପୁଣି ଅକ୍ଷତ ମନର

ଶାନ୍ତ, ଶୀତଳ, ଚିନ୍ତନ

ପ୍ରେମ ତୁମେ ପ୍ରିୟଜନ, ବନ୍ଧୁପ୍ରାଣ

ପରିବାରର ଏକ ବ୍ୟାକୁଳ ମନ୍ଥନ

ଗଙ୍ଗା ଜଳ ପ୍ରେମ ତୁମେ

ପବିତ୍ର ସେହି ପୂଣ୍ୟ ତୀର୍ଥ

ମନ୍ଦିରର ଘଣ୍ଟା ସାଥେ ଭକ୍ତିର ଆରଧ୍ୟ 

ସେହି ଦେବୀ ମନ୍ତ୍ରମୁଗ୍ଧ

କାଳ ସିଏ ଆବାହନ ଧାରା ଏକ ଅନ୍ତରର ସେହି 

ଶ୍ରଦ୍ଧା ଆଉ ତ୍ୟାଗର ପ୍ରତୀକ

କେବେ ପୁଣି ବିଶାଳ ମର୍ମରେ 

ସୁନ୍ଦର ଜୀବନର ସ୍ବସ୍ଥିକ

ପ୍ରେମ ତୁମେ ଶାନ୍ତି ପୁଣି 

ମିଠା ଏକ ସ୍ବସାଦୁ ବ୍ୟଞ୍ଜନ--

ହାତରନ୍ଧା ମା" ଲକ୍ଷ୍ମୀଙ୍କ, 

ଆହାର ଭୋଜନ

ପ୍ରେମ ପୁଣି ଜଗନ୍ନାଥ 

ସକଳ ସୃଷ୍ଟିର ଆଦି ଅନ୍ତ

କେତେ ଅନୁରାଗ ବିରାଗ

ସୁଖ ଦୁଃଖର ଅନୁଭୂତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance