ବସନ୍ତ ବର୍ଣ୍ଣନା
ବସନ୍ତ ବର୍ଣ୍ଣନା
ଆସିଲାରେ ଋତୁରାଜ ,ହୋଇ କେତେ ସଜବାଜ,
ସୁନ୍ଦର ଦିଶୁଛି ବସୁମତୀ,
ଅନେକ ପ୍ରକାର ଫୁଲ , ଆମ୍ବ ଗଛ ରେ ବଉଳ,
ବାସନା ବିତରି ହରେ ମତି,
ଭୃଙ୍ଗରାଜ,
ଆନନ୍ଦ ମନରେ ମଧୁ ପିଏ
ଫୁଲରୁ ଫୁଲକୁ ଉଡୁଥାଏ
ପରାଗ ରେଣୁକୁ ଝାଡି, ଯାଏ ସିଏ ଉଡ଼ି ଉଡ଼ି,
ଗୁଣୁ ଗୁଣୁ ଗୀତ ଗାଉଥାଏ ରେ ।
ବସନ୍ତ ଆସିଛି ବୋଲି, ଗାଉଛି କଳା କୋଇଲି , ପଞ୍ଚମ ତାନରେ ମନ୍ଦ ହସି
ମନ ଭିତରେ ଆନନ୍ଦ, ପାଇଛି ସରଗ ଚାନ୍ଦ, ବରଷକ ପରେ ଦେଖି ଖୁସି ,
ପ୍ରାଣପ୍ରିୟ ,
ଆଗମନରେ ଚିତ୍ତ ଅଥୟ ,
ମନ ଭରି ରଚିବ ପ୍ରଣୟ ,
ପ୍ରେମ ମଦିରା କୁ ଦେଇ , ନେବ ତାଙ୍କ ମନ ମୋହି, ମିଠା କଥା କହି ହେବ ପ୍ରିୟ ରେ।
ଦୋଳ ବିମାନେ ଠାକୁର, ଖେଳନ୍ତି ରଙ୍ଗ ଅବିର, ଆନନ୍ଦିତ ହୁଅନ୍ତି ଜନତା
ଘେନି ରଙ୍ଗ ପିଚକାରୀ, ହିଂସା ଦ୍ୱେଷ, ଦୂର କରି,ଭାଇଚାରା ସେନେହ ମମତା
କୋଳା କୋଳି,
ହୋଇଣ ଖେଳନ୍ତି ରଙ୍ଗ ହୋରି ,
ଆନନ୍ଦେ ହୁଅନ୍ତି ରଙ୍ଗ ବୋଳି ,
ପିଠା,ମିଠା, କ୍ଷୀରି ପୁରି,ଖାଇ ମନ ଯାଏ ଭରି ,
ଖୁସିରେ ଘର ଉଠେ ଉଚ୍ଛୁଳି ରେ ।
ବସନ୍ତ ବର୍ଣ୍ଣାଳୀ ବିଭା , କୋମଳ କଳିର ଆଭା,
ନିରସ ତରୁରେ ପଲ୍ଲବୀତ ,
ଆସ ହେ ବସନ୍ତ ରାଜା , ସୁଖରେ ପାଳ ପରଜା,
ରାମ ରାଜ୍ୟ କର ଏ ଜଗତ
ସର୍ବ ମନେ,
ପ୍ରେମର ଆନନ୍ଦ ଯାଉ ଭରି ,
ହସି ଉଠୁ ମାତା ବସୂନ୍ଧରି ,
ଖୁସିରେ ବିଭୋର ହୋଇ, ଆନନ୍ଦରେ ଗୀତ ଗାଇ,
କିଣି ନେଉ ହୃଦୟ ସବୁରୀ ହେ ।