Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debendra Mishra

Romance

3  

Debendra Mishra

Romance

ପ୍ରେମ

ପ୍ରେମ

1 min
123


ତୁମେ ପ୍ରେମର ବାହାନାରେ ବିଶ୍ଵାସରେ

ଭାରିଦେଲ ବିଷ,

ତୁମେ କଣ କେବେ ଶକ୍ତିସ୍ୱରୂପିଣୀ ହୋଇ

ଦିବାଲୋକରେ ଶାନ୍ତି ସମର୍ପି ଦେଇ ପାରିବ?

ସିମହିନ କୁଳ ଲଙ୍ଘି ଆଉ ଏକ ଦ୍ଵୀପର

ସନ୍ଧାନ କଲ,ତୁମେ କଣ କୋକିଳ ନା

ହଂସ? ପାଣିରେ ବୁଡି ନିଃଶ୍ୱାସ ନେଇ

ପାରିବ ତ? ପୂର୍ବ ଦିଗବଳୟରେ ଥିବା

ସୂର୍ଯ୍ୟ ତୁମେ,ପବିତ୍ର ମନ୍ଦାକିନୀରେ ବୁଡ଼

ପକେଇ ଥିବା କାମ ଧେନୁ ତୁମେ!

ତୁମେ ସେହି ଅହଲ୍ୟା ନା ଦ୍ରୌପଦୀ,

ତୁମେ ସୀତା ନା ସାବିତ୍ରୀ?

ତୁମର କାନ୍ତି ଓ ଛଟା ମୃଗୁଣୀ ସମ ଚକ୍ଷୁ

ଓ ଭ୍ରୁଲତା ମନରେ ଆଣି ଦିଏ ଶିହରଣ l

ତୁମେ ସେହି ପ୍ରେମ ମୟୀ ନାରୀ l



Rate this content
Log in

Similar oriya poem from Romance