Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Romance

3  

Pravatirani Mohanty

Romance

ପ୍ରେମର ସ୍ମୃତି

ପ୍ରେମର ସ୍ମୃତି

1 min
151


 ତୁମେ ଟାଣି ଦିଅ ଜୀବନ ପଥରେ

      ଅଲିଭା ସ୍ମୃତିର ଗାର 

ସେହି ରେଖା ହେବ ଆମ ଜୀବନର

    ପ୍ରେମର ସ୍ମୃତି ସ୍ୱାକ୍ଷର।


 କୃଷ୍ଣ ଚୁଡାର ଫୁଲ ଟିକେ ଆଣି

   ସେପଥେ ବିଛେଇ ଦବ

ଛାଇ ଆଲୋକ ର ଖେଳ ପରି ଏଠି

    ଦିନ ଆମ ସରିଯିବ।


ଦୁନିଆର ଏହି ରଙ୍ଗମଞ୍ଚ ପରେ

   ଆମେ ସବୁ କଲାକାର

ଅଭିନୟ କରି ଏହି ଧରାପରେ 

   ଆସୁ ଥିବା ବାରବାର।


ଖେଳ ହେବ ଶେଷ ଦିନେ ତା ନିଶ୍ଚୟ 

    ସମୟ ଜୀବଟି ସରି

କିଏ ପାରି କରି ଦେବ ସେପାରି କି

   ଜାଣେନା କିଏ ନାଉରୀ।


Rate this content
Log in

Similar oriya poem from Romance