ପ୍ରିୟା ତୁମେ କେଉଁଠି
ପ୍ରିୟା ତୁମେ କେଉଁଠି
ତୁମେ ନୁହଁ ପ୍ରିୟେ
ସ୍ବର୍ଗ ଲୋକରେ
ତୁମେ ହୃଦ ଭିତରେ।
ତୁମେ ମୋ ସ୍ୱପ୍ନରେ
ତୁମେ ଶୟନରେ
ତୁମେ ଆଖୁ ପଲକରେ।
ତୁମେ ଜଳୁ ନାହିଁ
ଶ୍ମଶାନ ଯୁଇରେ,
ଜାଳୁଛ ହୃଦ୍ କନ୍ଦରେ।
କିଏ କହେ ତୁମେ
ଛାଡି ଯାଇ ଅଛ
ମୋତେ ତୁମେ ବାସ୍ତବରେ ।
ଦିବା ନିଶି ସଞ୍ଜ
ସକାଳ ମଧ୍ୟାହ୍ନେ
ସଦା ମୋର ମାନସରେ।
ମାନସ ପ୍ରେମିକା
ସାଜି ରହି ଅଛ
ମାନସେ ପ୍ରେମ ଢାଳୁଛ।

