STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ପ୍ରିୟା ତୁମେ କେଉଁଠି

ପ୍ରିୟା ତୁମେ କେଉଁଠି

1 min
142

ତୁମେ ନୁହଁ ପ୍ରିୟେ                    

ସ୍ବର୍ଗ ଲୋକରେ

ତୁମେ ହୃଦ ଭିତରେ।


ତୁମେ ମୋ ସ୍ୱପ୍ନରେ

ତୁମେ ଶୟନରେ

ତୁମେ ଆଖୁ ପଲକରେ।


ତୁମେ ଜଳୁ ନାହିଁ

ଶ୍ମଶାନ ଯୁଇରେ,

ଜାଳୁଛ ହୃଦ୍ କନ୍ଦରେ।


କିଏ କହେ ତୁମେ

ଛାଡି ଯାଇ ଅଛ

ମୋତେ ତୁମେ ବାସ୍ତବରେ ।


ଦିବା ନିଶି ସଞ୍ଜ

ସକାଳ ମଧ୍ୟାହ୍ନେ

ସଦା ମୋର ମାନସରେ।


ମାନସ ପ୍ରେମିକା

ସାଜି ରହି ଅଛ

ମାନସେ ପ୍ରେମ ଢାଳୁଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance