STORYMIRROR

JITENDRA CHANDRA SAHOO

Romance

3  

JITENDRA CHANDRA SAHOO

Romance

ଉନବିଂଶର ପ୍ରେମ

ଉନବିଂଶର ପ୍ରେମ

1 min
120

କିଏ ଚାହୁଁଥିଲା କଣେଇ କଣେଇ

କିଏ ଚାହୁଁଥିଲା ଆଖି ନିରେଖି

ଗାଁ ମୁଣ୍ଡ କୁଅ, ପାଣି କାଢୁଥିଲା

ମିଛେ ଢାଳୁଥିଲା ଅପେକ୍ଷା ରଖି ।୧।


ପୋଖରୀ ତୁଠକୁ ଧରକି ଜାବୁଡ଼ି

କରେ ଫେଣ କିଏ ସାବୁନ୍ ଘଷି

ଚର୍ମ ଛିଣ୍ଡି ଯାଏ ଗୋଡ଼ ଘଷି ଘଷି

ଚାହିଁ ଦେଲେ ଟିକେ ହୁଅଇ ଖୁସି ।୨।


ତା ପଡିଶା ଘର ଅତି ଆପଣାର

ବାହାନା କରିଣ ଆସେ ନିଇତି

ଚିହ୍ନା ସ୍ଵର ଯେବେ ପଡ଼େ ତା କାନରେ

ବିକଳିନୀ ରାଇ ସତେ ଯେମିତି ।୩।


ଚିଠିଟା ଗୁଞ୍ଜିଛି ପଡ଼ିଶାର ଚାଳେ

ଇସରାରେ ସିଏ କହି ଦେଇଛି

ପାହିଯାଏ ରାତି ଖଣ୍ଡେ ଚିଠି ପଢ଼ି

ଦିନରେ ସପନ ଦେଖୁଛି ନିତି ।୪।


ବିଲ ମାଳ ତୋଟା ନ‌ଇ ବାଲି ପଠା

ସତେକି ଯମୁନା, କୁଞ୍ଜରେ ରାଇ

ଟୁପୁରୁ ଟାପୁରୁ ଗାଆଁ ମାଇପିଏ

ସଜ ମାଛେ ଦେବେ ପୋକ ପକେଇ ।୫।


ପଡ଼ି ଗଲେ ଧରା ହେଲେ ଧରା ପରା

ଦାଣ୍ଡ ପଞ୍ଚୁଆତି କରେ ତାଗିଦି

ଏକି ଯୁଗ ହେଲା ପୁଅ ଝିଅ ପାଲା

ଦୁଇ ବାପ ହୁଅ ଏବେ ସମୁଦୀ ।୬।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance