STORYMIRROR

Nityananda Sahu

Romance Others

3  

Nityananda Sahu

Romance Others

ସ୍ୱପ୍ନିଳ ହୃଦୟ

ସ୍ୱପ୍ନିଳ ହୃଦୟ

2 mins
173


ଚୁପ ରହି ସହିବାର ଆଉ ଶକ୍ତି ପାଖେ ନାହିଁ

କହିବି କହିବି ଭାବି ,ଏଥର ଦେବି ନିଶ୍ଚେ କହି

ଆଶା ଅଛି ନିଶ୍ଚୟ ବୁଝି ପାରିବ ମୋ ମନ କଥା

ଆଉ ବେଶି କରିବାକୁ ଦେବ ନାହିଁ ମତେ ପ୍ରତୀକ୍ଷା ।।


ତୁମ ଆସିଲା ପରେ ଜୀବନରେ

ଫେରିଛି ଫଗୁଣ ପ୍ରୀତି ଧରି ତା ହାତରେ

ଦେହ ଛୁଇଁ ଯେବେ ମଳୟ ଫେରୁଥାଏ

ତୁମ ସ୍ପର୍ଶ କାହିଁ ଲାଗେ ମୁଁ ପାଉ ଥାଏ ।।


ନିତି ଦେଖି ତୁମ ରୂପ ଆଉ ଯୌବନ

ରାତି ହେଲେ ବେଶି ମତୁଆଲା ହୁଏ ମନ

ଆଖି ବି ଯାଇଛି ଲାଖି ତୁମ ହରିଣୀ ଆଖିରେ

ନିଜର ଭାବି କି ଯେବେ ଦେଖି ହସି ଦିଅ ତୁମେ ଥରେ ।।


କେତେ ନିଷ୍ପାପ ସତରେ ତୁମର ହୃଦୟ

ମୋ ପରି ଦୁଷ୍ଟ କୁ ଦିଅ, ତୁମର ସମୟ

ଟିକେ ପଛେ ହେଉ, ଆସି ଥରେ ବୁଝି ଯାଅ

ମନ କଥା ମୋର ଥରେ ତୁମେ ଜାଣି ନିଅ ।।


ପୃଥିବୀର ଶେଷ ପରିଧି ବଳୟ ରେ

ତୁମ ପାଇଁ ଘର ଟିଏ ଗଢ଼ିଛି ହୃଦୟରେ

କେତେ ଆଉ ଲୁଚି ଲୁଚି କରିବି ମୁଁ ପ୍ରେମ

ଜାଣିଚି ନିଶ୍ଚୟ ତୁମେ ପଢି ପାରିଛ ମୋ ମନ ।।


ହରେଇ ବାକୁ ଇଛା ନାହିଁ ତୁମକୁ ଜୀବନରେ

ପାଇବା ପାଇଁ ତୁମକୁ ଦେବାଳୟେ ଗୁହାରି କରେନି ସ୍ୱାର୍ଥରେ

ଦେଖ ଥରେ, କେତେ କଷ୍ଟ ପାଏ ମୋ ହୃଦୟ

ତୁମକୁ ଭଲ ପାଇ ସେ କେତେ ଯେ ଅସହାୟ ।।


ତୁମ ବିନା ପାଦ ମୋର ଆଗକୁ ବଢି ନ ପାରେତୁମକୁ ଦେଖିଲା ପରେ ଅଟକି ଯାଇଛି ମୁଁ ଯୌବନ।ରାସ୍ତାରେ

ତୁମେ ଦେଲେ ହାତ ଯୋଡ଼ି ମୋରି ହାତରେ

ଛାଡ଼ିବି ନାହିଁ ତୁମକୁ କେବେ ନିଶ୍ୱାସ ଥିବା ଯାଏଁ ମୋ ଦେହରେ ।।


ଏମିତି ବି ଭାଙ୍ଗି ପାରେ , ଜାଣି ନ ଥିଲି ହୃଦୟ

ଭଲ ପାଉଥିଲି ଯାହାକୁ , କେଡେ ସେ ନିର୍ଦୟ

ତୁମ ସେ ହସରେ ଥିଲା ଜାଣି ପାରିଲିନି ମୁଁ ବିଷ

ମଧୁ ଭାବି ପାନ କରୁଥିଲି ଲାଘିବାକୁ ମୋ ଶୋଷ ।।


ସେ ମିଠା ଜହର ଆଜି ଧରି ମୋ ଦେହରେ

ଜଳୁଛି ମୁଁ ମନେ ମନେ କୁହୁଳେ ଭିତରେ

ନିଶ୍ୱାସ ବି ଛାଡି ଗଲା ପରି ଲାଗେ ଏ ଦେହକୁ

ଯେବେ ଠୁ ତୁମେ ଆଉ ଦେଖୁନ ବୁଲିକି ପଛକୁ ।।


ପ୍ରଥମ ପ୍ରେମ ର ମୋର ଅସମାପ୍ତ ଇତିହାସ

କହି ବି ପାରେ ନାହିଁ କାହାକୁ ଯାଇ ମୋ ଦୁଃଖ

ସହି ବି ପାରେ ନାହିଁ ଏ ପ୍ରେମ ର ଆଘାତ

ତୁମକୁ ପାଇବା ଜୀବନେ ରହିଗଲା ହୋଇ ଅଵସୋସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance