Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance

4.0  

Debadatta Jena

Romance

"ସ୍ମୃତି"-ଏକ ଗଜଲ

"ସ୍ମୃତି"-ଏକ ଗଜଲ

2 mins
158



ତୁ କହୁ ଥିବୁ, ମୁଁ ଶୁଣୁ ଥିବି, 

ତୁ ଭାବୁ ଥିବୁ, ମୁଁ ଲେଖୁ ଥିବି, 

ତୁ ହସୁ ଥିବୁ,ମୁଁ ଦେଖୁ ଥିବି, 

ତୁ ଚାହୁଁ ଥିବୁ,ଟିକେ ଋଷୁ ଥିବୁ, 

ମୁଁ ଭାବୁ ଥିବି,ଭାବି ଲଖୁଥିବି, 

ମୁଁ ଲେଖୁ ଥିବି,ତୁ ପଢୁ ଥିବୁ, 

ମୁଁ ଗାଉ ଥିବି,ତୁ ଶୁଣୁ ଥିବୁ, 

ମୁଁ ଗାଉଥିବି ଅସରା ସଂଗୀତ,

ସ୍ମୃତିର ଗଜଲ ତା'ର ନାଁ ଯିଏ, 

ସୁନ୍ଦର ଏକ ଗୀତ ଟିଏ !


ମୁଁ ଗାଉଥିବି ସରାଗ ରାଗିଣୀ, 

ରାଗିଣୀ ନୁହେଁ ଗୀତର ବୋଲିଟିଏ, 

ରାଗିଣୀ ତୋ ପରି ସେ ଝିଅଟିଏ, 

ଝିଅ ନୁହେଁ ସେତ ସରଗର ଚାନ୍ଦ, 

ତା ହସରୁ ଝରାଏ ସେ ମୋତି ଯିଏ, 

ତୁ ଶୁଣୁଥିବୁ ମୋ ମହନୀ ସଂଗୀତ, 

ସେ ଗୀତରୁ ଝରୁଛି ପ୍ରାଣ ପ୍ରୀତି ସିଏ, 

ତୁ କହୁଥିବୁ ଏ ମିଛ ପ୍ରେମ ଇଏ, 

ସେ ପ୍ରେମ ନୁହେଁ କ'ଣ ସ୍ମୃତିଟିଏ..!


ମୋ ସୁରେ ରାଗିଣୀ ହୁଏ ଗୁଣୁ ଗୁଣୁ, 

ତୋ ପାଦେ ଶବଦ ଶୁଭେ ରୁଣୁ ଝୁଣୁ, 

ତୋ ପାଦ ଝଙ୍କାର ହୁଏ ରୁଣୁ ଝୁଣୁ, 

ମୋ ଛାତି ସ୍ପନ୍ଦନ ଗାଏ ଗୁଣୁ ଗୁଣୁ, 

ମୁଁ ଗୁଣୁ ଗୁଣୁ ଗୀତ ଗାଉଥିବି, 

ତୋ ରୁଣୁ ଝୁଣୁ ତାନେ ଝୁମୁଥିବି, 

ତୁ ନାଚୁ ଥିବୁ,ଟିକେ ହସୁ ଥିବୁ, 

ମୁଁ ଗାଉ ଥିବି, କିଛି ଲେଖୁ ଥିବି, 

ତୁ ରାଗୁ ଥିବୁ ମିଛେ ଋଷୁ ଥିବୁ,

ତୋ ବାଟକୁ ସତେ ଚାହୁଁ ଥିବି, 

ମୁଁ ବସିଥିବି ମୋ ଭାବନା ସମୁଦ୍ରେ, 

ପାଖରେ ଥିବ ମୋର ଜହ୍ନଟିଏ, 

ତୁ ନାଚୁ ଥିବୁ ଛମ ଛମ ତାଳେ, 

ରୂମ ଝୁମ ନୁପୂରର ତାନ ସିଏ, 

ଠିକ ସୁନ୍ଦର ଏକ ଛନ୍ଦ ଟିଏ, 

ମୋ ଗୀତର ଲୟରେ, ଅନେକ ବେଦନା, 

ତୁ ସେ ବେଦନା ସ୍ମୃତି ଚିହ୍ନଟିଏ, 

ତୋ ନାଚ ଛନ୍ଦରେ କେତେ ମଧୁର ମୂର୍ଚ୍ଛନା, 

ମୋ ଦରଦୀ ପ୍ରାଣର ସ୍ବପ୍ନ ସିଏ, 

ମୁଁ ଝୁମୁ ଥିବି ତୋ ମୋହିନୀ ଛନ୍ଦରେ, 

ତୁ କହିବୁ,ଏ ମିଛ ବାହାନା ଟିଏ..!


ହସି ହସି ଆସି ମୋ କାନରେ କହିବୁ,

ଇସସସ..!ସତରେ କି ଦୁଷ୍ଟ ତୁମେ,

ଏତେ ଦୁଷ୍ଟାମୀ ଜମାରୁ ତ ଭଲ ନୁହେଁ..!!


ମୁଁ ଦେଖୁ ଥିବି ତୋ ଅପରୂପ ଛବି,

ଛବି ନୁହେଁ ସେ ତ ପ୍ରତିଛବିଟିଏ, 

ଠିକ,ତୋହରି ପରି ସେ ଝିଅଟିଏ, 

ମୋ ହୃଦୟେ ତୋଳୁଛି ଘରଟିଏ, 

ଝିଅ ନୁହେଁ ସେ'ତ ଅପୂର୍ବ ଅପ୍ସରୀ, 

ଲାଗୁଛି ସରଗ ସୁନ୍ଦରୀ ପରୀଟିଏ, 

ତୁ ନାଚୁ ଥିବୁ ଲୟରେ, ଛନ୍ଦରେ 

ମୁଁ ସଜି ଯିବି ଗୀତର ଧୁନଟିଏ, 

ଗୀତ ନୁହେଁ ସେତ ଅଝାଲ ସଂଗୀତ, 

ଅଝଟ ସ୍ୱରର ଅଭୁଲା ରାହାଟିଏ, 

ଠିକ ତୋ'ରି ପରି ଝିଅଟିଏ, 

ଝିଅ ନୁହେଁ ସେ'ତ ପରୀଟିଏ, 

ତୁ ନାଚୁ ଥିବୁ ପରୀଟିଏ ହୋଇ, 

ପରୀ ନୁହେଁ ସେ ମୋ ସାକ୍ଷୀ ଯିଏ, 

ମୋ ଜୀବନ ପଥର ସାଥିଟିଏ..!




Rate this content
Log in

Similar oriya poem from Romance