STORYMIRROR

RUNALAILA MOHANTA

Romance Others

3  

RUNALAILA MOHANTA

Romance Others

ସାଥୀ ହୋଇ ଚାଲିବି ସାଥେ ତୋର

ସାଥୀ ହୋଇ ଚାଲିବି ସାଥେ ତୋର

2 mins
251

  ତୁ ଗୀତ ହେଲେ ମୁଁ ସ୍ୱର ତୋର

  ତୁ ମନ ହେଲେ ମୁଁ ସେ ମନର ମିତ

  ତୁ ହୃଦୟ ହେଲେ ମୁଁ ସ୍ପନ୍ଦନ ତୋର

  ତୁ ପଥିକ ହେଲେ ମୁଁ ବହିବି ସେ ପଥରେ

  ହୋଇ ମଳୟ ପବନ

ହାଏରେ ହାଏ ରେ ତୋ ପ୍ରେମର ଚଲାପଥେ

  ହଜି ମୁଁ ଯାଏ ରେ....

          

  ତୁ କୋଇଲି ହେଲେ ମୁଁ ସେ କୋଇଲିର ଡାକ

  ତୁ ଶୀତ ହେଲେ ମୁଁ ସେ ଶୀତ ର କାକର

  ତୁ ମହୁ ହେଲେ ମୁଁ ମିଠା ସ୍ଵାଦ ତୋର

ତୁ ଝରଣା ହେଲେ ମୁଁ ଶୁଭିବି ହୋଇ କୁଳୁକୁଳୁ ନାଦ

  ହାଏରେ ହାଏରେ ତୋ ପ୍ରେମର ଝରଣାରେ 

  ନୀର ହୋଇ

  ଝରି ମୁଁ ଯାଏ ରେ.....

             

 ତୁ ସ୍ପର୍ଶ ହେଲେ ମୁଁ ଅନୁଭବ ସେ ସ୍ପର୍ଶର

 ତୁ ଶାମୁକା ହେଲେ ମୁଁ ମତି ସେ ଶାମୁକାର

 ତୁ କୂଳ ହେଲେ ମୁଁ ଲହରୀ ସେ କୂଳର

ତୁ ବର୍ଷା ହେଲେ ମୁଁ ଶୀତଳ ଛୁଆଁ ସେ ବର୍ଷାର

ହାଏ ରେ ହାଏ ରେ ତୋ ପ୍ରେମର ସମୁଦ୍ରରେ

 ଭାସି ଭାସି 

 ବୁଡ଼ି ମୁଁ ଯାଏ ରେ......

            

   ତୁ ନିଦ ହେଲେ ମୁଁ ସ୍ବପ୍ନ ତୋର

   ତୁ ଫୁଲ ହେଲେ ମୁଁ ମହକ ତୋର

   ତୁ ରଙ୍ଗ ହେଲେ ମୁଁ ଶୋଭା ତୋର

   ତୁ ଅଗ୍ନି ହେଲେ ମୁଁ ଜ୍ଵାଳା ତୋର

ହାଏ ରେ ହାଏ ରେ ତୋ ପ୍ରେମର ପ୍ରେମାଗ୍ନିରେ

   ଜଳି ଜଳି

   ସରି ମୁଁ ଯାଏ ରେ.....

             

   ତୁ ଋତୁ ହେଲେ ମୁଁ ସେ ଋତୁର ଭାବ

ତୁ ମେଘ ହେଲେ ମୁଁ ନାଚିବି ହୋଇ ମୟୂରୀ ତୋର

  ତୁ କୃଷ୍ଣ ହେଲେ ମୁଁ ବାଜିବି ହୋଇ ବଇଁଶୀ ତୋର

ତୁ ରାତି ହେଲେ ମୁଁ ହେବି ସେ ରାତିର ପୁନେଇଁ ଜହ୍ନ

ହାଏ ରେ ହାଏ ରେ ତୋ ପ୍ରେମର ଜୋଛନା ଭିଜା     

   ରାତି ରେ

   ଭିଜି ମୁଁ ଯାଏ ରେ.....

             

   ତୁ ଆଖି ହେଲେ ମୁଁ ଇଶାରା ତୋର

   ତୁ ହୀରା ହେଲେ ମୁଁ ଝଲସିବି ହୋଇ

   ଚମକ ତୋର

ତୁ ଚଢ଼େଇ ହେଲେ ମୁଁ ସାଜିବି ରଙ୍ଗ ବେରଙ୍ଗ 

   ଡେଣା ତୋର

  ତୁ ପବନ ହେଲେ ମୁଁ ଆଗକୁ ବଢିବି ହୋଇ 

   ଗତି ତୋର

ହାଏ ରେ ହାଏ ରେ ତୋ ପ୍ରେମର ଆକାଶ ରେ

   ଉଡ଼ି ମୁଁ ଯାଏ ରେ......

            

  ପ୍ରେମ ହିଁ ପୂଜା ପ୍ରେମ ହିଁ ଭକ୍ତି ପ୍ରେମ ହିଁ ଆରାଧନା

  ହୃଦୟରୁ ପ୍ରେମ କଲେ ଏ ଦୁନିଆ ହୋଇଯିବ ସୁନା

  ଛଳନା ଭରା ପ୍ରେମ କଲେ ଜୀବନ ହୋଇଯିବ ଚୁନା

  ଯଦି କରୁଛ ପ୍ରେମ ହେ ମୋର ପ୍ରିୟ ବନ୍ଧୁଗଣ

  ନମାତି ଅନେକରେ ହଜି ଯାଅ ଏକରେ 

   ଦିଅ ନାହିଁ ଦୁଃଖ କା ମନେ

   ଦେଖିବ ଜୀବନେ ସୁଖ ହେଉ ବା ଦୁଃଖ 

   ହାତ ଛାଡ଼ିବନି ଜଣେ.... ।

             

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance