STORYMIRROR

Biswajita Baral

Romance Inspirational Others

3  

Biswajita Baral

Romance Inspirational Others

ଫଗୁଣ ଆସିଛି

ଫଗୁଣ ଆସିଛି

1 min
331

ଫଗୁଣ ଆସିଛି ଋତୁ ବସନ୍ତରେ

ଫଗୁଣ ତ ଆସେ ଝରା ଶେଫାଳୀରେ 

ସ୍ୱପ୍ନ ହଜିଯାଏ କିଛି ମୁହୂର୍ତ୍ତରେ

ଛମଛମ କରେ ରଙ୍ଗ ମେଲଣରେ

ମାଦକତା ଭରିଦିଏ ମନ ଇଲାକାରେ

ନୂଆ ଶିହରଣ ଭରେ ମଳୟ ବାଆରେ

ପୃଥିବୀର ନବ ଯାୈବନରେ

ପରିପୂର୍ଣ୍ଣ ରୂପ ମାଧୁର୍ଯ୍ଯରେ

ଆମ୍ବ୍ରକୁଞ୍ଜେ କଳକଣ୍ଠର କୁହୁତାନରେ

ଆମ୍ବ ବଉଳର ମହମହ ବାସରେ

ମହୁଲ ଫୁଲର ମହୁଲି ନିଶାରେ 

ହଳଦୀ ବସନ୍ତର ସୁନା ଡେଣାରେ

ଅଳସ ଭାଙ୍ଗେ ପଳାସର ଭରା ଯାୈବନରେ

କୃଷ୍ଣଚୂଡାର ନାଲି ନାଲି ରୋଷଣୀରେ

ବଧୁଲି ଫୁଲର ଖିଲି ଖିଲି ହସରେ

ଫୁଲର ସମ୍ଭାରରେ ଉପବନରେ

କଳା ଭଅଁରର ମଧୁପ ଚୁମ୍ବନେ

ଋତୁ ବସନ୍ତର ମତୁଆଲାରେ

ମୃଦୂ ମଳୟର ମନ୍ଦ ମନ୍ଦ ଗନ୍ଧରେ

ହୋଲି ଆଉ ଦୋଳ ପୁନେଇଁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance