ପ୍ରଣୟିନୀ
ପ୍ରଣୟିନୀ
ଦେଖିଛି ତତେ,
କିନ୍ତୁ ବାସ୍ତବତା ରେ ଧରା ଦେଇନୁ ମତେ ।
ମୃଦୁ ବାଆର ଶୀତଳସ୍ପର୍ଶ ନିଭେଇଛି ଅଙ୍ଗେ,
ଏକାକାର ହୋଇ ହଜିଯାଏ ତୋ ସଙ୍ଗେ ।
ପୂତ ପ୍ରଣୟରେ ଦେଖାଇଲୁ ମୋତେ ଲକ୍ଷ୍ଯ,
ସେ ଦିନୁ ହୋଇଯାଇଛୁ ମୋ ଜୀବନ୍ତ ସଖ୍ଯ ।
କଳ୍ପନା ରେ ଆଙ୍କିଛି ତତେ ,
ସିକ୍ତ ନୟନର କଥା କହିଛି କେତେ ।
ତୋ ବିନା ମନ କେମିତିକା ଯେ ଲାଗେ,
ତୋ ଭାବନା ରେ ନିଜକୁ ହଯାଉଥାଏ ।
ଊଷା କାଳେ କେବେ ଭାବିନି ତତେ,
ସିନ୍ଦୂରା ଫାଟିଲେ ତୋ କଥା ମନେପଡେ ମତେ।
ପୂର୍ଣ୍ଣିମା ରାତିରେ ତତେ ଅଣଦେଖା କରିନି,
ଅମାବାସ୍ୟାରେ ତତେ ଲୁଚେଇ ରଖିନି ।
ତୁ ମୋର ପ୍ରଣୟ ରମଣୀ,
ପ୍ରଣୟ କରେ ବୋଲି ତୁ ମୋ ପ୍ରଣୟିନୀ ।