STORYMIRROR

Sujata Pati

Inspirational

4  

Sujata Pati

Inspirational

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

1 min
189


ତୋ ସାଥେ ମୋ ସମ୍ପର୍କ ନିଆରା

    ତୋ ସ୍ଥାନ ସବୁଠୁ ଆଗରେ,

ଯେତେ ଜ୍ଞାତିଜନ ନିଜର ହେଲେ ବି

   ରହିବେ ନିଶ୍ଚିତ ପଛରେ..


ପିଲାବେଳ ଠାରୁ ତୁ ମୋ ବାନ୍ଧବୀ

   ସ୍କୁଲରୁ କଲେଜ ଯାଏ,

କେବେ ଆମ ମଧ୍ଯେ ମତାନ୍ତର ନାହିଁ

  ଏକ ସରଳ ରେଖାରେ ଦୁହେଁ..


ପିଲାଦିନର ସେ ବୋହୁ ଚୋରୀ ଖେଳ 

  ଆଜି ବି ସ୍ମୃତିରେ ଆସି ଯାଉଛି

ଟିକେ ରାଗ ରୁଷା ପୁଣି କଟି ମିଟି

  ମନେ ପଡିଲେ ତ ହସ ଲାଗୁଛି।


ଦୁଃଖ, ସୁଖ ବେଳେ ତତେ ଆଗ ଖୋଜେ

  କହି ପାରେ ନାହିଁ କାହାକୁ,

ମେଳା, ମଉତ୍ସବେ, ପର୍ବ ପର୍ବାଣୀରେ

  ମୋ ମନ ଖୋଜୁଥାଏ ଯାହାକୁ....


ସର୍ବ ସାଧାରଣେ ବାଣ୍ଟି ପାରେ ନାହିଁ

  ମୋ ମନର ସବୁ ବ୍ଯଥାକୁ,

ଅଭିମାନି ମୁହିଁ ସ୍ବାଭିମାନୀ ବୋଲି

   ଚାହିଁ ଥାଏ ତୋର ବାଟକୁ।


କିଛି ଦୁଃଖ, ସୁଖ ବାଣ୍ଟିଲେ ତୋ ସାଥେ

  ମନ ମୋର ହୁଏ ହାଲ୍ କା,

ତୋ ଦୃଷ୍ଟିରେ ମୁଁ କେଉଁଠାରେ ଅଛି...

  ହେଲେ ମୋ ହୃଦୟରେ ତୁ ପକ୍କା।


ତେଣୁ ଶୁଣ୍ ମୋର ପ୍ରିୟ ବାନ୍ଧବୀ

  ଛଳ କପଟ ତୁ କରିବୁନି,

ମୋ ଭାବନା କୁ ଶ୍ରଦ୍ଧାରେ ନେଇ

  ସମ୍ପର୍କ କୁ କେବେ କାଟିବୁନି...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational