Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

4  

Sukadev Mahanta

Inspirational

ସମ୍ପର୍କ

ସମ୍ପର୍କ

1 min
288


ପହିଲି ଦେଖାରେ   ଆଖିର ମିଳନ

       ପରେ ଭାବ ଦିଆ ନିଆ

ଗୋଲାପ ଫୁଲର   ବିନିମୟ ଦ୍ୱାରା

       ସମ୍ପର୍କଟେ ହୁଏ ଠିଆ ||


ସେହି ସମ୍ପର୍କଟି   ଅଙ୍କୁରୋଦଗମରୁ

      ବଢି ହୁଏ ମହାଦ୍ରୁମ

ସମ୍ପର୍କର ଡୋରୀ   ବାନ୍ଧଇ ପରାଣ

     କେବେ ଖୁସି କେବେ ଗମ୍ ||


ନଇଁ ଗଲେ ତୁମେ         ଯଦି  ମଜବୁତ 

            ହୋଇପାରଇ ସମ୍ପର୍କ

ନଇଁଯାଅ ତେବେ      ଦୃଢ  କରିବାକୁ

             ତୁମର ସେହି ସମ୍ପର୍କ ||


କୌଣସି ସମ୍ପର୍କ             ରଖିବାକୁ ଯଦି

           ନଇଁବାକୁ ପଡେ ସଦା

ସେଭଳି ସମ୍ପର୍କେ             ଡୋରି ବାନ୍ଧିଦିଅ

             ସେ ସମ୍ପର୍କ ରହୁ ଅଧା ||


ସ୍ୱାର୍ଥପର ଲୋକ           ସମ୍ପର୍କ ଗଢଇ

       ସ୍ୱାର୍ଥ ସାଧନର ପାଇଁ

ତାହାର ସ୍ୱାର୍ଥର    ସାଧନର ପରେ

      ସମ୍ପର୍କର ମୂଲ୍ୟନାହିଁ ||  


ସମ୍ପର୍କ ତା' ପାଇଁ     ଲାଭ ଦେଉଥିବା

      ଅଟଇ ଏକ ଚାକିରି

ଆଉ ଟିକେ ଭଲ     ଅଫର ମିଳିଲେ

      ଛାଡି ଯାଏ ପର କରି ||


ସେ ଲୋକର ପାଶେ    ସମ୍ପର୍କର ମୂଲ୍ୟ

         କେବଳ ସ୍ୱାର୍ଥର ପାଇଁ

ସ୍ୱାର୍ଥେ ଅନ୍ଧ ନର     ପାଶେ ସମ୍ପର୍କର

       ମୂଲ୍ୟ ଯେହ୍ନେ କିଛି ନାହିଁ ||


ସମ୍ପର୍କର ମୂଲ୍ୟ      ଯିଏ ବୁଝିନାହିଁ

    ଭଲରେ ବୁଝାଇ ଦିଅ

ବୁଝାଇବା ସତ୍ତ୍ଵେ      ଯଦି ନ ବୁଝୁଛି

      ସମ୍ପର୍କକୁ କାଟି ଦିଅ ||


ଲୋକ ଦେଖାଣିଆ     ସମ୍ପର୍କ ତ ଖାଲି

     ସ୍ୱାର୍ଥରେ ବନ୍ଧାରେ ଭାଇ

ସେ ଭଳି ବିପଦ      ସମ୍ପର୍କ ରଖିଲେ

     କାନ୍ଦିବା ସାର ହୁଅଇ ||


ସେହି ସମ୍ପର୍କଟି      ସର୍ବୋତ୍ତମ ଅଟେ 

       ଯାହା କେବେ ତୁଟେ ନାହିଁ 

ଅତୀତ ଘଟଣା       ଅତୀତ  ହୁଅଇ

        ଏବେ ତା'ର ଲେଶ ନାହିଁ || 


ଅତୀତରେ ଯଦି      ଝଗଡା ହୋଇଣ 

          ମତାନ୍ତର ଘଟେ କେବେ

 ମନାନ୍ତର ରୂପ       ଧାରଣ ନକରୁ 

        ଅତୀତ  ଝଗଡା କେବେ || 


ଅତୀତ  ବିବାଦ       ଆଜିର ସମ୍ପର୍କେ

         ଫାଟ ସୃଷ୍ଟି  କରେନାହିଁ

ଅତୀତ   ଘଟଣା      ପାଇଁ  ବର୍ତ୍ତମାନ

           ପ୍ରଭାବିତ  ହୁଏ ନାହିଁ ||


ସେହି ସମ୍ପର୍କଟି        ସର୍ବୋତ୍ତମ ଅଟେ 

          ଯେଉଁ ସମ୍ପର୍କରେ  ଭାଇ 

ଯେତେ ବି ଝଗଡା      ହୋଇଥାଉ  ପଛେ

         ଯେ ସମ୍ପର୍କ ତୁଟେ ନାହିଁ|| 


ମତାନ୍ତର ପାଇଁ       ଝଗଡା ହେଲେ ବି

     ମନାନ୍ତର  ହୁଏ  ନାହିଁ 

ଅତୀତ  ଘଟଣା      ପାଇଁ ବର୍ତ୍ତମାନ 

       ପ୍ରଭାବିତ ହୁଏ  ନାହିଁ ||

  

ସେହି  ସମ୍ପର୍କଟି       ସର୍ବୋତ୍ତମ ଅଟେ 

          ଯେଉଁଠି ବିଶ୍ୱାସ ଥାଏ 

ବିଶ୍ୱାସଘାତର      ସ୍ଥାନ ନାହିଁ ଯହିଁ

     ଭରସା ଅତୁଟ ରହେ ||



ସେହି ସମ୍ପର୍କଟି       ସର୍ବୋତ୍ତମ  ଯାହା 

         ସ୍ନେହ ପ୍ରୀତି ଭକ୍ତି ଦ୍ୱାରା 

ଦୃଢ ଭାବେ ବନ୍ଧା      ହୋଇଥାଏ ତାହା 

         ଛିଣ୍ଡେ ନାହିଁ କାହା ଦ୍ୱାରା ||


ଜନ୍ମରୁ ଆରମ୍ଭ            ହୁଅଇ ସମ୍ପର୍କ

      ଗୋଟିକ ପରେ ଗୋଟିଏ

ପିତା ମାତା ଠାରୁ       ଆତ୍ମୀୟ ସ୍ବଜନ

      ପରିବାରୁ ବିଶ୍ବ ଯାଏ ||


ନିଜ ପରିବେଶ            ନିଜ ଗ୍ରାମ ଦେଶ

        ସଚରା ଚର ଏ ମହୀ

ସମସ୍ତଙ୍କ ସଙ୍ଗେ        ସମ୍ପର୍କ ଗଢିଣ

      ଜୀବନ ଦିଏ ବିତାଇ ||


ନୂତନ ନୂତନ          ସମ୍ପର୍କର ସୃଷ୍ଟି 

          ହେଉଥାଏ ପ୍ରତିଦିନ

କ୍ରମେ କାଳ ବଳେ        ମୃତ୍ୟୁର କୋଳରେ

         ସବୁ ସମ୍ପର୍କ   ବିଛିନ୍ନ   ||

       



Rate this content
Log in

Similar oriya poem from Inspirational