Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alekha Pasad Moharana

Inspirational

3  

Alekha Pasad Moharana

Inspirational

ସମ୍ପର୍କ

ସମ୍ପର୍କ

1 min
210



ସମ୍ପର୍କ ସୋହାଗ ଅନୁରାଗ ଭାବ

ପ୍ରେମ ମନ୍ଦାକିନି ଧାରା

ଧୌତ ହୁଏ କ୍ଳେଶ ଅଭିମାନ ରୋଷ

ଜୀବନ ହୁଏ ନିଆରା ।


ପ୍ରୀତିର ବନ୍ଧନ ଅତୁଟ ଅମ୍ଳାନ

ସୁରୁଜେ ନୂତନ ଦିଶା

ସୋହାଗର ବାରି ଅନିର୍ବାର ଝରି

ଫେଡିଦିଏ ସର୍ବ ତୃଷା ।


ନିସଙ୍ଗତା ମୋହ ଅନ୍ତରର କୋହ

ମିଳାଇଣ ଯାଏ ମନୁ

ହରଷ ଉଲ୍ଲାସ ଓଠେ ଫୁଟେ ହସ

ରୋମାଂଚିତ ହୁଏ ତନୁ।


ବିଶ୍ୱାସର ଉର୍ମି ଛୁଏଁ ବେଳାଭୂମି

ପ୍ରଣୟର ପାରାବାରେ

କଲ୍ଲୋଳ ହିଲ୍ଲୋଳ ପରଶେ ଉତ୍ପଳ

ଚାହିଁରହେ ଦିବାକରେ ।


ଜୋଛନାର ଆଭା ମୁଖଚନ୍ଦ୍ର ଶୋଭା

ମୁଖମଦ ପାନେ ପ୍ରିୟା

ଶିହରଣ ଜାଗେ ଉନ୍ମନାର ବେଗେ

ଅଧିରେ ନାଚଇ ହିଆ ।


ଆବେଗ ପ୍ରାଚୀର ଉନ୍ମତ୍ତ ମଧୁର

ସୀମା ଉଲଂଘନେ ତୃପ୍ତ

ପ୍ରେମସିକ୍ତା ଯୋଶା ପ୍ରୀତିର ଜିଜ୍ଞାସା

କେବେ ହେବ ନାହିଁ ଲୁପ୍ତ ।


ମମତା ବନ୍ଧନ ସଦା ଅମଳିନ

ଭାବ ପୀୟୂଷର ଛନ୍ଦ

ନିଦାଘ ବୈଶାଖେ କୋକିଳ ପରଖେ

ବସନ୍ତ ମଳୟ ଗନ୍ଧ ।


Rate this content
Log in

Similar oriya poem from Inspirational