Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ସମ୍ପର୍କ

ସମ୍ପର୍କ

1 min
230


ସମ୍ପର୍କ ନୁହଇଁ ବାଲିଘରଟିଏ

   ପବନରେ ଭାଙ୍ଗିଯିବ,

ସମ୍ପର୍କ ନୁହଇଁ ସକାଳ କୁହୁଡି

   କ୍ଷଣିକରେ ଉଭେଇବ |


ସମ୍ପର୍କର ଗ୍ରନ୍ଥି ହୁଏ ଚିରନ୍ତନୀ

   ଅନାବିଳ ପ୍ରୀତି ଥିଲେ,

ନିକଟରେ ଅବା ବହୁ ଦୂରେ ଥିଲେ

   ମନେ ପ୍ରତିବିମ୍ବ ଖେଳେ |


ସମ୍ପର୍କଟା ନୁହେଁ ମଶାଣୀର ଜୁଇ

   ଜଳିଗଲେ ସରିଯିବ,

ମଲାପରେ ମଧ୍ୟ ହୃଦୟ କନ୍ଦରେ

   ନିରବେ ବାହୁନୁଥିବ |


ବଞ୍ଚିବାରେ ସୁଖ ମିଳିଥାଏ ପରା

   ଥିଲେ ପ୍ରିୟଜନ ଶ୍ରଦ୍ଧା,

ନିଃସଙ୍ଗ ଜୀବନ ଯନ୍ତ୍ରଣା ଜର୍ଜର

   ରହେ ମିଳନର କ୍ଷୁଧା |


ଯେଉଁ ପରିବାରେ ସ୍ନେହ ମମତାରେ

   ସମ୍ପର୍କର ମଧୁ ଝରେ,

ବିଭୁଙ୍କ ଆଶିଷ ଝରୁଥାଏ ସଦା

   ବଇକୁଣ୍ଠ ସୁଧା ଭରେ |


ପିତାମାତା ଭାଇ ଭଗ୍ନୀ ପତ୍ନୀ ସହ

    ଅତୁଟ ବନ୍ଧନ ରହେ,

ଭାଗ୍ୟବାନ ସିନା ସିଏ ଦୁନିଆରେ

    ସଦା ହସ ବାଣ୍ଟୁଥାଏ |


ଜୀବନ ନଈର ରାସ୍ତା ଅଙ୍କାବଙ୍କା

    ଏକା ଯିବା କଷ୍ଟମୟ,

ସମ୍ପର୍କର ହାତ ବିପଦେ ମିଳଇ

    ନରହେ ହାରିବା ଭୟ |


ମଧୁର ସମ୍ପର୍କ ପାଶୋରାଇ ଦିଏ

    ଜୀବନର ଅବଶୋଶ,

ନୂତନ କାମନା ସଞ୍ଚରାଇ ଦିଏ

    ବଞ୍ଚିବାର ଅଭିଳାଷ |


ସମ୍ପର୍କରେ ଆସେ ବେଳେ ବେଳେ ଝଡ଼

    ଅଦିନିଆ ମେଘ ପରି,

ହୁଏ ବୁଝାମଣା ପ୍ରୀତି ରହିଥିଲେ

    ଅନୁରାଗ ଆସେ ଫେରି |


ସମ୍ପର୍କ ସତେ କି ସ୍ୱର୍ଗୀୟ ସୁଷମା

    ହୃଦୟକୁ ମୋହିଥାଏ,

କ୍ଷଣିକ ଭଙ୍ଗୁର ହେଲେ ବି ଜୀବନ

    ସ୍ମୃତି ହୋଇ ବଞ୍ଚିରହେ |



Rate this content
Log in

Similar oriya poem from Inspirational