ସମର୍ପଣ
ସମର୍ପଣ
ତୁମେ ମୋର ସୃଷ୍ଟି, ତୁମେ ମୋର ସ୍ଥିତି
ତୁମେ ମୁକ୍ତି ଦାତା ହରି
ତୁମ କୃପା ବିନା ଏ ସୃଷ୍ଟି ଅଚଳ
ନ ବୁଝଇ ନର ନାରୀ ।।
ସବୁତ ତୁମରି ହେ ବିଶ୍ଵ ବିହାରୀ
କି ଦେଇ ତୋଷିବି ହରି
ଏ ବିଶ୍ୱର ରିଷ୍ଟ ଖଣ୍ଡନ କରନ୍ତୁ
ଏତିକି ମୋର ଗୁହାରି ।।
ତୁମରି ଚରଣେ କରେ ସମର୍ପଣ
ଏ ମାଟି ଶରୀର ଶିରି
କାମନା ବାସନା ନଆସୁ ମୋ ମନେ
ଦିନ ମୋର ଯାଉ ସରି ।।