STORYMIRROR

Binata Mohanta

Inspirational

3  

Binata Mohanta

Inspirational

ଆମ ଓଡ଼ିଶା

ଆମ ଓଡ଼ିଶା

1 min
150


ଉତ୍କୃଷ୍ଟ କଳାରେ ପରିପୂର୍ଣ୍ଣ ହେତୁ

            ବୋଲାଇଲା ସେ ଉତ୍କଳ

 ଅପରୂପ ତାର ସୈନ୍ଦର୍ଯ୍ୟ ସଂସ୍କୃତି

             ଶାନ୍ତି ପ୍ରିୟ ରାଜ୍ୟ ଏହା ବିରଳ ।


 ନିଳାଚଳ କ୍ଷେତ୍ର ଜଗନ୍ନାଥ ଧାମେ

             ପତିତପାବନ ଉଡେ ଫରଫର 

 ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୋ ରାଜ୍ୟ ଭରପୁର

             ଚରଣ ସ୍ପର୍ଶ କରେ ବଙ୍ଗୋପସାଗର  ।


 ଉଚ୍ଚ ଉଚ୍ଚ ଗିରିଶୃଙ୍ଗ ଦଣ୍ଡାଇତ ବକ୍ଷରେ

             ସବୁଜିମା କ୍ଷେତ ଲହଲହ ତା ହସରେ

 ଉତ୍ତର ପଶ୍ଚିମାଞ୍ଚଳ ଭରପୂର ଖଣିଖାଦାନରେ

      ଦିନରାତି ଯନ୍ତ୍ରପାତିର ଶଦ୍ଦଗୁଞ୍ଜେ କାନରେ ।


 ପୂର୍ବାଞ୍ଚଳେ ଶୋଭେ ଚିଲିକା ଅଂଶୁପା ହ୍ରଦ

             ମନୋରମ ରୂପ ପ୍ରାଣେ କରେ ଆନନ୍ଦିତ

  ଚାନ୍ଦିପୁର ଠାରେ ଅବସ୍ଥିତ କ୍ଷେପଣାସ୍ତ୍ର କେନ୍ଦ୍ର

             ଦେଶକୁ କରଇ ସଦା ସୁରକ୍ଷିତ  ।


  ସୂରୁଜ ଉଇଁଲେ ପ୍ରଥମେ ସ୍ପର୍ଶ କରେ କୋଣାର୍କ

          &n

bsp;  ପଥର କାରୁକାର୍ଯ୍ୟ ଯା ଦେହେ ଜୀବନ୍ତ

  କଳିଙ୍ଗ ଯୁଦ୍ଧର କରୁଣ ପରିଣତି ଦେଖି

           ଓଡ଼ିଶାରେ ଚଣ୍ଡାଶୋକ ପଡିଲେ ଶାନ୍ତ ।


  ପାଇକ ନୃତ୍ୟରେ ପାଇକ ପୁଅର

              ବୀରତ୍ବ ଗାଥା ଜାଣିଲା ଜଗତ

  ଓଡିଶୀ,ଛଉ ସମ୍ବଲପୁରୀ ନୃତ୍ୟ

              ଦେଖି ବିଶ୍ୱ ହେଲା ଆଚମ୍ବିତ  ।


  କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ

              କହେ ଓଡ଼ିଶା ବାଣିଜ୍ୟ ଗାଥା

  ସୁଦୂର ବିଦେଶ, ସମୁଦ୍ର ଯାତ୍ରା

              ବିଶ୍ୱକୁ ବଖାଣେ ଏ ରାଜ୍ୟ କଥା ।


  ମଧୁ ବାରିଷ୍ଟର, ଗଙ୍ଗାଧର, ଫକୀର ଆଦି

              ବରପୁତ୍ରଙ୍କର ଅଟେ ଅବଦାନ  

  ଓଡ଼ିଶା ରାଜ୍ୟର ସ୍ବତନ୍ତ୍ର ମାନ୍ୟତା

               ଓଡ଼ିଆ ଭାଷାର ସ୍ବତନ୍ତ୍ର ମାନ ।

                   


  


Rate this content
Log in