STORYMIRROR

Naheda Shaheen

Inspirational

3  

Naheda Shaheen

Inspirational

ମୃତ୍ୟୁ

ମୃତ୍ୟୁ

1 min
220


ମୃତ୍ୟୁ ଏକ ଚିରନ୍ତନ ସତ୍ୟ

କେବେ ଆସେ ଲୁଚି ଲୁଚି

ପୁଣି କେବେ ଆସେ ଅଚାନକ

ଝାମ୍ପି ନିଏ ସୁନେଲି ସପନ

ଉପହାର ରେ ଦିଏ କ୍ରନ୍ଦନ।


ସେ ନୁହେଁ ସଖା ନୁହେଁ ବନ୍ଧୁ

ସେ କାଳର କରାଳ ଛାୟା

ଆକ୍ରମଣ ତାହାର ଅବ୍ୟର୍ଥ

ହରି ନିଏ କ୍ଷଣକରେ ଜୀବନ।


ନାହିଁ ବିଚାର ତାହାର, କିଏସେ

ବୃଦ୍ଧ , ଶୈଶବ ବା, ଅଟେ ଯୈ।ବନ।

ସେ ସ୍ଥିର ଶାନ୍ତ,ଅଟଳ ,ଅବିଚଳ।

ସେ ଅଛି ,ଆସିବ ଏହା ସର୍ବ ବିଦିତ

ତଥାପି ମାୟାରେ ସମସ୍ତେ ବାୟା।


ଭୂଲି ସେହି ନିର୍ମମ କଠୋର ସତ୍ୟ

ମୃତ୍ୟୁ ନୁହେଁ ଏକ ବାଲିଘର ଚୂନା ହୁଏ ସ୍ବପ୍ନ।

ଜୀବନର ପୁଷ୍ପିତ ବଗିଚାରେ ଅଚାନକ ହୁଏ ତୁଷାରପାତ, ଏବଂ ଭଙ୍ଗା ମନ ନେଇ ପରିଜନ ଜୀବନ ପର୍ଯ୍ୟନ୍ତ ହୁଅନ୍ତି ଶୋକଗ୍ରସତ।

ମନେ ରଖିବା ମୃତ୍ୟୁ ଚିରନ୍ତନ, ଅବିନଶ୍ଵର ଓ ଶାସ୍ୱତ ସତ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational