STORYMIRROR

Debadatta Jena

Romance Tragedy Inspirational

3  

Debadatta Jena

Romance Tragedy Inspirational

ସମ୍ପର୍କ..

ସମ୍ପର୍କ..

1 min
207

କେଉଁ ନିର୍ବାକ କାଗଜ ଫର୍ଦ୍ଦଟିଏ ପରା,

ସହିବାର ସୀମା ହୃଦୟେ

ଯତନେ ସାଇତି ରଖିଛି ମୁଁ,

ଯେତେ ଭାଙ୍ଗି ପାରୁ, ଅବା ଗଢି ପାରୁ,

ଯେତେ ପାରୁ ସେତେ,

ମନ ମୁତାବକ ଗଢିଦେ ତୁ..!

କୋମଳ,ମସୃଣ ଏଇ ପୃଷ୍ଠତଳ ପରା,

କମନୀୟ ଆଉ ନମନୀୟ ଗୁଣେ, 

ବକ୍ଷରେ ଧାରଣ ଧରିଛି ମୁଁ,

ଯେତେ ଲେଖି ପାରୁ,ଛବି ଆଙ୍କି ପାରୁ,

ମନ ମୁତାବକ ରଂଗ ଭରି ଜାଣୁ,

ଏ ଅନ୍ତରେ ଗାର ଟାଣିଦେ ତୁ..!

ଚିରି ଦେଇ ପାରୁ,ଫିଙ୍ଗି ଦେଇ ପାରୁ,

ଯେବେ ଚାହୁଁ ସେବେ,

ଯୋଡି ଦେଇପାରୁ,

ଚିରି ଯିବି ସିନା,ହାରି ଯିବି ନାହିଁ,

ମନ ଚାହିଁ ରଂଗ ଭରିଲେ ତୁ..!

ଅଜର,ଅମର ଅଲିଭା ଵି ନୁହେଁ,

ଆଦର,ବିଭୋର,ଅମୂଲ୍ୟ ବନ୍ଧନେ 

ହୃଦୟେ,ଯତନେ ଭରିଛି ମୁଁ,

ସ୍ନେହ,ପ୍ରେମ ଅବା ଅକୁହା ବେଦନା,

ଅନ୍ତର ମନର ଅନେକ ଯାତନା 

ବୁକୁରେ ଅନ୍ତରେ ସୃଜୁଛି ମୁଁ..!

ରଂଗ ହୀନ ବୁକୁ, ରଂଗ ଭରି ବାକୁ,

ମନର ରଂଗରେ,ରଙ୍ଗେଇ ଵି ପାରୁ,

ରଂଗ ଛିଟାରେ ରଙ୍ଗୀନ ମୁଁ..,

ଅମନ ନୁହେଁ ମୁଁ,ଏ ଦରଦୀ ମନରେ,

ଆଦରେ,ଅଧୀରେ,ଆପଣା ପଣରେ,

ମନ ମୋହି ପାରେ, ହୃଦୟ ଥରାଏ,

ହୃଦୟକୁ ଚିହ୍ନି ପାରିଲେ ତୁ..!

ଆହୁରି ଵି..

କାଗଜ ଡ଼ଙ୍ଗା ତୋ'ଆଶାର ଲହରେ,

ମନ ଆକାଶର ସେ ଭରସା ସୁଅରେ,

ଭସା ବୋଇତ ଟେ ପରା ମୁଁ,

ବୋଇତ ଭାସୁଛି ଅସରା ଆଷାଢ଼େ,

ଦିଶା ହୀନ ଅବା,ବିସ୍ମୟ,ବିବ୍ରତେ,

ଢେଉ,ତରଙ୍ଗେ ଖେଳୁଛୁ ତୁ..!

ଅଜଣା, ଅଶୁଣା ଭାସି ଭାସି ଯାଏ,

କଳା ଘୁମର ସେ ମେଘର ସ୍ବପ୍ନରେ,

ତୋ'ମନ କାଗଜର ନାଆ ମୁଁ,

କେଉଁ ଗହନ ମନର ନିଝୁମ ଝରଣେ,

ଅଭିମାନିନୀର ବିଭୋର ଲହରେ,

ସ୍ମୃତିର ଜୁଆର ସାଜୁଛୁ ତୁ..!

ଝଡ଼ କି ବତାସ, ସାତ ତାଳ ମେଘ,

ପବନର ବେଗ, ନ ଥାଏ ଭୃକ୍ଷେପ,

ଛାତି ଦୁଲୁକିଲେ ଦୁଲୁକେ ମୁଁ,

ମୁଁ,ଭାସୁଛି ଭାସିବି,ଭାସି ଭାସି ଯିବି,

କୂଳ କି କିନାରା,ନିଶ୍ଚୟ ଛୁଇଁବି,

ତରୀ ତଲେଇ ସାଜିଲେ ତୁ..!

ତୁ ସିନା ଖୋଜୁଛୁ ତୋ ଝରା ଶ୍ରାବଣ,

ସାତ ଦରିଆର ଲହରୀ ସମ୍ଭାର,

ରଦ୍ଦି କାଗଜ ଫର୍ଦ୍ଦଟେ ମୁଁ..!

ତୁ'ସିନା ଭିଜୁଛୁ ତୋ'ସ୍ବପ୍ନ ମୁଲକେ,

ଅସରା ସପନ ଗୋପନ ପୁଲକେ,

ଉର୍ମୀ,ଲହରୀ ଖେଳୁଛୁ ତୁ,

ମୋ ଦେହ ନିସ୍ପନ୍ଦ,ଯେ ସ୍ପନ୍ଦନ ହୀନ,

ତୋ' ହାତ ସ୍ପର୍ଶରେ ପାଏ ତ ଜୀବନ,

ଛାର କାଗଜ ନାଆ ତ ମୁଁ..!

ତୋ'ମନ ମୌସୁମୀ କାଗଜର ଡ଼ଙ୍ଗା

ବରଷା ସୁଅରେ ଖୋଜୁଛି ଆସରା,

ବାଆ ପବନେ ଦୋହଲେ ମୁଁ,

ଆଶାର ଶ୍ରାବଣେ ଦେହ ମୋ ଭିଜୁଛି

ତୋ ହାତ ପରଶ ସାହାରା ମାଗୁଛି,

ତୁ ମାନ୍ କି ନ ମାନ୍..

ସେ ଚିରା କାଗଜ କାହାଣୀ ମୁଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance