STORYMIRROR

SUJATA DAS

Fantasy

4  

SUJATA DAS

Fantasy

ସମ୍ପର୍କ

ସମ୍ପର୍କ

1 min
344


ଲୁହ ଝରିଗଲେ

  ମୋ ଦୁଇ ଆଖିରୁ

     ଆଞ୍ଜୁଳିରେ ନେବ ଭରି

ଲୁହ ବଦଳରେ

  ହସର ପିୟୁଷ

     ମୋ ଓଠରୁ ଯିବ ଝରି l

ହଜି ଯାଇଥିଲେ

   ଖୋଜି ଆଣିଦେବ

     ଭାଙ୍ଗିଥିଲେ ଦେବ ଗଢି

ଆସୁ ଯେତେ ଝଡ଼

   ରଖିବ ସାଇତି

     ମୋତେ ସ୍ପନ୍ଦନରେ ଯୋଡି l

ବାଜିବନି ବଂଶୀ

  ଆଉ କା ନାମରେ

    ଦେଇଥିଲ ପ୍ରତିଶୃତି

ପ୍ରଣୟ ରାଗିଣୀ

   ଗାଇଯାଏ ବଂଶୀ

     ମୋ ପ୍ରୀତିକୁ କରି ଇତି l

ହଜିଗଲା ଶିଳ୍ପୀ 

  ଭାଙ୍ଗିଗଲା ପ୍ରୀତି

    ଭଗ୍ନ ଆଜି ଶିଳାଲିପି

ସ୍ବପ୍ନ ସଂରଚନା

   ଅୟୁତ ଭାବନା

    ଶୂନ୍ୟତାର ପ୍ରତିଲିପି l

ଭଗ୍ନ କୋଣାର୍କର

   ନଗ୍ନ ସ୍ଥାପତ୍ୟରେ

     ଦେଖେ ନିଜ ପ୍ରତିଛବି

ନିର୍ଜନେ ନିମଗ୍ନେ

   ଫୁଟିଉଠେ ମନେ

    ଲୁହ ଝରେ ତାକୁ ଭାବି l

ପ୍ରତାରଣା ବୋଲି

  କଳ୍ପନା କରିନି

     କରିନାହିଁ ଅଭିମାନ

ପ୍ରୀତି ମହାଜଜ୍ଞ

   ପୂର୍ଣ୍ଣାହୁତି ପରେ

      ପରିଚୟ ଆଜି ଶୂନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy