STORYMIRROR

SUJATA DAS

Romance Action

3  

SUJATA DAS

Romance Action

ସମ୍ପର୍କ

ସମ୍ପର୍କ

1 min
169

ପକ୍ଷୀ ଗଲେ ଉଡି

ନୀଡ଼ ଭାଙ୍ଗିଦେଇ

ଗଛ  ହୃଦ କୋହ ଭରେ

ଗଲା ପୁତ୍ର କେବେ

ବାହୁଡ଼ି ଆସେନି

ଯିଏ  ଯାଏ ଥରେ ଦୂରେ.


ଆଶା ସଜଡାଇ

ସ୍ବପ୍ନ ରଚିଥାଇ

ଫେରିବାର  ପଥ ଚାହିଁ

ଅତୀତର ସ୍ମୃତି

ଦଗ୍ଧଭୂତ କରେ

ହୃଦୟ କୁ  ଦିଏ ଦହି.


ପତ୍ର ଝଡ଼ା ଦେଇ

ଲୁହ ସେ ଝରାଏ

ମ୍ରିୟମାଣ ଯାଏ ହୋଇ

ବସନ୍ତ ବୁଝେ ତା

ହୃଦୟ ର ଗୀତି

ପ୍ରୀତି ସ୍ପର୍ଶେ ଯାଏ ଛୁଇଁ.


ନବ  କିଶଳାୟେ

ଭରିଦେଇ ଯାଏ

ଉକୁଟାଇ ମୁଖେ ହସ

ଆଖି ଲୁହ ସିନା

ଦୁନିଆ ଦେଖଇ

ଦେଖେନି ଅନ୍ତର କଷ୍ଟ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance