ସମ୍ପର୍କ
ସମ୍ପର୍କ
ପକ୍ଷୀ ଗଲେ ଉଡି
ନୀଡ଼ ଭାଙ୍ଗିଦେଇ
ଗଛ ହୃଦ କୋହ ଭରେ
ଗଲା ପୁତ୍ର କେବେ
ବାହୁଡ଼ି ଆସେନି
ଯିଏ ଯାଏ ଥରେ ଦୂରେ.
ଆଶା ସଜଡାଇ
ସ୍ବପ୍ନ ରଚିଥାଇ
ଫେରିବାର ପଥ ଚାହିଁ
ଅତୀତର ସ୍ମୃତି
ଦଗ୍ଧଭୂତ କରେ
ହୃଦୟ କୁ ଦିଏ ଦହି.
ପତ୍ର ଝଡ଼ା ଦେଇ
ଲୁହ ସେ ଝରାଏ
ମ୍ରିୟମାଣ ଯାଏ ହୋଇ
ବସନ୍ତ ବୁଝେ ତା
ହୃଦୟ ର ଗୀତି
ପ୍ରୀତି ସ୍ପର୍ଶେ ଯାଏ ଛୁଇଁ.
ନବ କିଶଳାୟେ
ଭରିଦେଇ ଯାଏ
ଉକୁଟାଇ ମୁଖେ ହସ
ଆଖି ଲୁହ ସିନା
ଦୁନିଆ ଦେଖଇ
ଦେଖେନି ଅନ୍ତର କଷ୍ଟ.